Latest Odisha News

BREAKING NEWS

ନାବାଳିକାକୁ ଚକୋଲେଟ ଦେଇ ଦୁଷ୍କର୍ମ ଅଭିଯୋଗ; ବନ୍ଧା ହେଲେ ଅଭିଯୁକ୍ତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ରାଇପଲି ଗ୍ରାମରୁ ଆସିଛି ନାବାଳିକା ଦୁଷ୍କର୍ମ ଅଭିଯୋଗ। ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ସୂଚନାନୁସାରେ, ୭ ବର୍ଷର ନାବାଳିକାକୁ ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ଚକୋଲେଟର ଲୋଭ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସଂପୃକ୍ତ ବ୍ୟକ୍ତି ଜଣଙ୍କ ଗାଁରେ ଏକ ଦୋକାନ ରହିଛି। ଘଟଣା ଦିନ ସକାଳେ ବ୍ୟକ୍ତି ଜଣଙ୍କ ଚକୋଲେଟ ଦେବା ପାଇଁ ନାବାଳିକାଙ୍କୁ ଦୋକାନକୁ ଡାକିଥିଲେ । ଏହି ବାହାନାରେ କୁନି ଝିଅଟି ସହ ବ୍ୟକ୍ତି ଜଣଙ୍କ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି ।

ତେବେ ଝିଅଟି ଏସମ୍ପର୍କରେ କାନ୍ଦି କାନ୍ଦି ପରିବାର ଲୋକଙ୍କୁ କହିବା ପରେ ପରିବାର ଲୋକେ ଜି.ଉଦୟଗିରି ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Comments are closed.