Latest Odisha News

BREAKING NEWS

ପାଠପଢିବା ପାଇଁ ଗାଳି କରିବାରୁ ନବାଳିକାର ଆତ୍ମହତ୍ୟା !

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନିପାଟଣା ଥାନା ରାମନଗରପଡ଼ା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ପାଠ ପଢା ପାଇଁ ଗାଳି କରିବାରୁ ନାବାଳିକାଙ୍କ ଆତ୍ମହତ୍ୟା ସନ୍ଦେହ। ବନ୍ଦ ଘରୁ ଉଦ୍ଧାର ହୋଇଛି ଝୁଲନ୍ତା ଶବ।

ମିଳିଥିବା ସୂଚନାନୁଯାୟୀ,କଳାହାଣ୍ଡି ଜିଲ୍ଲା ଭବାନିପାଟଣା ଥାନା ରାମନଗରପଡ଼ା ଅଞ୍ଚଳରେ ପାଠ ପଢା ପାଇଁ ଜଣେ ନାବାଳିକାଙ୍କୁ ତାଙ୍କ ଘର ଲୋକ ଗାଳି କରିଥିଲେ । ପାଠ ପଢିବା ପାଇଁ ତାଙ୍କୁ ଏକ ଘରେ ପୁରାଇ ବନ୍ଦ କରିଦେଇଥିଲେ । ମାତ୍ର କିଛି ସମୟ ପରେ ଝିଅଟିର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିବା ଘର ଲୋକ ପ୍ରକାଶ କରିଛନ୍ତି।

ଅନ୍ୟପଟେ, ଘଟଣାସଂପର୍କରେ ଖବର ପାଇ ଭବାନୀପାଟଣା ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Comments are closed.