Latest Odisha News

BREAKING NEWS

ସଙ୍ଗରୋଧ କେନ୍ଦ୍ରରେ ନାବାଳିକାଙ୍କ ମୃତ୍ୟୁ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ସଂଗରୋଧ କେନ୍ଦ୍ରରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।

ପ୍ରାପ୍ତ ସୂଚନାନୁଯାୟୀ ସାରସମାଲର ଜଣେ ୧୪ ବର୍ଷୀୟା ନାବାଳିକା ନିକଟ ଅତୀତରେ ତାମିଲନାଡୁରୁ ଫେରିଥିଲେ । ପରେ ସେ ନିଜ ପରିବାର ସହ ମାୟାବର୍ହା ଟିଏମସିରେ ରହୁଥିଲେ । ଗତକାଲି ରାତିରେ ସେ ଅସୁସ୍ଥ ହୋଇପଡିଥିଲା ବେଳେ ଡାକ୍ତରୀ ଦଳ ଆସି ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

ତେବେ ସଙ୍ଗରୋଧରେ ଅବ୍ୟବସ୍ଥା ଯୋଗୁଁ ଝିଅର ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ବର୍ଗ ଅଭିଯୋଗ କରିଥିବା ଜଣାପଡିଛି ।

Comments are closed.