ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ପୁଣି ଲଜ୍ୟା । ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏଭଳି ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ପାରାଦୀପ ଅଭୟଚାନ୍ଦପୁର ଥାନା ଅଞ୍ଚଳରେ । ଅଭୟଚାନ୍ଦପୁର ଥାନାରେ ନାବାଳିକା କଲେ ଅଭିଯୋଗ । ଘରେ କେହି ନ ଥିବା ବେଳେ ୧୭ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଛି ପାଖ ପଡୋଶୀ ।
ଦୂଷ୍କର୍ମ ଉଦ୍ୟମ କରିଥିବା ନେଇ ଅଭୟଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପିଡୀତା ନାବାଳିକା । ଘଟଣାଟି ଅଭୟଚାନ୍ଦପୁର ଥାନା ଅଞ୍ଚଳରେ ଗତକାଲି ଘଟିଥିବା ବେଳେ ଆଜି ପିଡୀତା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭୟଚାନ୍ଦପୁର ଥାନା ପକ୍ଷରୁ ଆସାମୀ କୁ ଧରିବା ସହିତ ଥାନାରେ ଅଟକ ରଖି ପଚରା ଉଚରା କରିବା ସହିତ ଅଧିକ ତଦନ୍ତ କରୁଛି ପୋଲିସ ।
ଏତଲାରେ ଗତକାଲି ଘରେ ଏକୁଟିଆ ଥିବା ବେଳେ ପଡୋଶୀ ନାବାଳିକାଙ୍କ ପାଟିକୁ ବନ୍ଦ କରି ତାଙ୍କୁ ବଳତ୍କାର ଉଦ୍ୟମ କରିଥିଲେ । ଏହି ସମୟରେ ପିଡୀତାଙ୍କର ଜଣେ ସାଙ୍ଗ କବାଟ ବାଡେଇବା ସହିତ ଡାକିବାରୁ ଯୁବକ ଘରୁ ଦୌଡ଼ି ପଳାଇଥିଲେ ।
ଏହି ଘଟଣା ଯୋଗୁଁ ଗ୍ରାମରେ ଏବେ ପିଡୀତା ମୁହଁ ଦେଖାଇ ପାରୁନଥିବା ଦର୍ଶାଇବା ସହିତ ଆସାମୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପିଡୀତା ଏତଲାରେ ନିବେଦନ କରିଛନ୍ତି । ପୋଲିସ ପିଡୀତାଙ୍କ ବୟାନ ରେକର୍ଡ କରିବା ପାଇଁ ପଠାଇବା ସହିତ ତଦନ୍ତ ଜାରି ରଖିଛି ।
Comments are closed.