Latest Odisha News

BREAKING NEWS

ରାଜଧାନୀ ନାବାଳିକା ଗଣ ଦୁଷ୍କର୍ମ ମାମଲା; କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର

ଭୁୁବନେଶ୍ୱର: କ୍ରାଇମବ୍ରାଞ୍ଚ ହାତକୁ ଯାଇଛି ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାର ତଦନ୍ତ ଭାର । କ୍ରାଇମବ୍ରାଞ୍ଚ ର ଏକ ସ୍ୱତନ୍ତ୍ର ଟିମ୍ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନୁସାରେ, କ୍ରାଇମବ୍ରାଞ୍ଚର ଏକ ଟିମ ଓଟିଭି ଅଫିସରେ ପହଞ୍ଚି ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରିବା ସହ କିଛି ଅଧିକାରୀଙ୍କୁ ଜେରା ମଧ୍ୟ କରିଛନ୍ତି ।

ଓଟିଭିର ୩ ଜଣଙ୍କୁ କ୍ରାଇମବ୍ରାଞ୍ଚରେ ହାଜିରା ଦେବା ପାଇଁ ସମନ୍ କରାଯାଇଥିବା ସୂଚନା ମିଳିଛି।

ଲକଡାଉନ ସମୟରେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ନେଇ ଅଗଷ୍ଟ ୩୦ ତାରିଖରେ ପୀଡିତାଙ୍କ ମା ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଥିଲା । ଓଟିଭିର ଦୁଇଜଣ କର୍ମଚାରୀ, ୨ ଜଣ ସୁରକ୍ଷା କର୍ମୀ ଓ ୩ଜଣ ପୁଲିସ ଏଥିରେ ସଂପୃକ୍ତ ରହିଥିବା ଅଭିଯୋଗ ହୋଇଥିଲା । ତେବେ ମାମଲା ସମ୍ପର୍କରେ ଜାଣି ତାହାକୁ ଚପାଇ ଦେବାକୁ ଉଦ୍ୟମ ହେଉଥିବା ବୋଲି ପୀଡ଼ିତାଙ୍କ ମାଆ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

ପିଡିତାଙ୍କ ମାଙ୍କ ଅଭିଯୋଗ ପରେ, ପୁଲିସ ୭ ଅଭିଯୁକ୍ତଙ୍କ ବିରୋଧରେ ପୋକସୋ ଆକ୍ଟରେ ମାମଲା ରୁଜୁ କରିଥିଲା । ଏସଆଇଟି ଏହାର ତଦନ୍ତ କରିବେ ବୋଲି ଡିସିପି ସୂଚନା ଦେଇଥିଲେ ।

ଏହାମଧ୍ୟରେ ପାଖାପାଖି ୧ ମାସ ବିତି ଯାଇଥିଲେ ସୁଦ୍ଧା ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଏଯାଏଁ ସକ୍ଷମ ହୋଇନାହିଁ ।

ତେବେ ପୋଲିସର ତଦନ୍ତରେ ସିଥିଲତା ପାରିଲିଖିତ କରି ସରକାର ଏହି ମାମଲାର ତଦନ୍ତ ଦାୟିତ୍ୱ କ୍ରାଇବ୍ରାଞ୍ଚ ହାତକୁ ଦେଇଛନ୍ତି ।

Comments are closed.