Latest Odisha News

BREAKING NEWS

ରାୟଗଡାରେ ୩ୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତ ପିଅନକୁ ଉଠାଇନେଲା ପୋଲିସ

ରାୟଗଡା: ରାୟଗଡା ଜିଲ୍ଲା କାଶୀପୁର ବ୍ଳକ ଡଙ୍ଗାସିଲ ଗାଁରେ ୩ୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଘଟଣା  । ଅଭିଯୁକ୍ତ ସ୍କୁଲ ପିଅନକୁ ଉଠାଇ ନେଇଛି ପୋଲିସ  । ଘଟଣାଟି ପ୍ରଘଟ ହେବା ପରେ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି  । ପରିସ୍ଥିତି ଏତେ ଭୟାନକ ହୋଇଛି ଯେ ପୋଲିସ ବାଧ୍ୟ ହୋଇ ଲାଠିଚାର୍ଜ କରିଛି  । ପୋଲିସ ଏହି ଘଟଣାରେ ଅଭିଯୁକ୍ତ ପିଆନକୁ ଉଠାଇ ନେଇଛି  । ସେପଟେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ  ଉତ୍ତ୍ୟକ୍ତ ଲୋକେ ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି  । ଏପରିକି  ପୋଲିସ ଗାଡିକୁ ମଧ୍ୟ ଜାଳି ଦେଇଛନ୍ତି  ।

ତେବେ ସୂଚନା ମୂତାବକ ଗତକାଲି ଏକ ଆବାସିକ ସ୍କୁଲରେ ଜଣେ ୩ୟ ଶ୍ରେଣୀ ଝିଅକୁ ସେହି ସ୍କୁଲର ପିଆନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା  । ସ୍କୁଲ ସରିବା ପରେ ଛାତ୍ରୀ ଜଣକ ନିଜ ଘରକୁ ଫେରୁଥିଲା  । ସେତିକି ବେଳେ ଏକୁଟିଆର ସୁଯୋଗ ନେଇ ସ୍କୁଲ ପିଅନ ଶିବ ପ୍ରସାଦ ମିଶ୍ର ଜଣକ ଛାତ୍ରୀ ଜଣଙ୍କୁ ଏକ ରୁମକୁ ଟେକିନେଇ ଦୁଷ୍କର୍ମ କରିଥିଲା  ।ଏହାପରେ ଛାତ୍ରୀ ଜଣଙ୍କୁ କାନ୍ଦୁଥିବାର ଦେଖି ଅନ୍ୟ ଜଣେ ଛାତ୍ରୀ ତାକୁ ଉଦ୍ଧାର କରିଥିଲା । ଏବଂ ପରେ ଛାତ୍ରୀ ଜଣକ ତାର ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲା ।  ଅନ୍ୟପଟେ ପୀଡ଼ିତା ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.