Latest Odisha News

BREAKING NEWS

ଭୁବନେଶ୍ବରରୁ ଅପହୃତ ନାବାଳିକା ଗଞ୍ଜାମ ରମ୍ଭାରୁ ଉଦ୍ଧାର, ମୁଖ୍ୟ ଅଭିଯୁକ୍ତ ଫେରାର

ଭୁବନେଶ୍ବର : ଭୁବନେଶ୍ବରରୁ ନିଖୋଜ ନାବାଳିକା ଗଞ୍ଜାମ ଜିଲ୍ଲା ରମ୍ଭାରୁ ଉଦ୍ଧାର । ନାବାଳିକାକୁ ଏକ ଘର ଭିତରୁ ଉଦ୍ଧାର କରିଛି କମିଶନରେଟ ପୋଲିସ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ, ଅନ୍ୟ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଗତ ୨୭ ତାରିଖରେ ୟୁନିଟ୍-୬ ଅଞ୍ଚଳରୁ ସ୍କୁଲକୁ ଯାଉଥିବା ବେଳେ, ନାବାଳିକା ଜଣକ ନିଖୋଜ ହୋଇ ଯାଇଥିଲେ । ନାବାଳିକାକୁ ତାଙ୍କ ନୃତ୍ୟୁ ଶିକ୍ଷକ ଅପହରଣ କରିଥିବା ନେଇ ପରିବାର ଲୋକ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ହେଲେ ଏତଲା ରଖିବାକୁ ପଛଘୁଞ୍ଚା ଦେଉଥିବା ପୋଲିସ ଶେଷରେ ଅପହୃତ ନବାଳିକା ଜଣଙ୍କୁ ଉଦ୍ଧାର କରିଛି । ଭୁବନେଶ୍ବର ଡିସିପି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଏକ ଟିମକୁ ଗଞ୍ଜାମ ଜିଲ୍ଲାକୁ ପଠାଇଥିଲେ । କ୍ୟାପିଟାଲ ଥାନାର ସ୍ପେଶାଲ ଟିମ୍ ରମ୍ଭାରୁ ନାବାଳିକାକୁ ଉଦ୍ଧାର କରିଛି । ନାବାଳିକାର ଡାକ୍ତରୀମାଇନା ପାଇଁ କ୍ୟାପିଟାଲ ହସ୍ପିଟାଲ ନେଇଛି ପୋଲିସ ।

Leave A Reply

Your email address will not be published.