ଭୁବନେଶ୍ୱର: ଅନୈତିକ କାର୍ଯ୍ୟ ପାଇଁ ଚାଲାଣ ବେଳେ ନାବାଳିକା ଉଦ୍ଧାର । ରାଜଧାନୀ ଭୁବନେଶ୍ୱରର ୟୁନିଟ୍-୪ ଅଞ୍ଚଳରେ ଦେହ ବ୍ୟବସାୟରେ ଲଗାଇବାକୁ ଯୋଜନା କରାଯାଉଥିବା ଜଣେ ନାବାଳିକାଙ୍କୁ ବୁଧବାର ଖାରବେଳ ନଗର ପୋଲିସ ଏକ ହୋଟେଲରୁ ଉଦ୍ଧାର କରିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।
ଖବରଅନୁଯାୟୀ, ଢେଙ୍କାନାଳ ଜିଲ୍ଲାର ଏହି ନାବାଳିକା ଜଣକ ଗତ କିଛି ମାସ ହେବ ଭୁବନେଶ୍ୱରର ବରମୁଣ୍ଡା ଅଞ୍ଚଳରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ତେବେ ଏହି ସମୟରେ ସେ ଅଭିଯୁକ୍ତ ଯୁବକଙ୍କ ସଂସ୍ପର୍ଶରେ ଆସିଥିଲେ। ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ଏକ ଶୋ’ରୁମରେ ରିସେପ୍ସନିଷ୍ଟ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇ ୟୁନିଟ୍-୪ ଅଞ୍ଚଳର ଏକ ହୋଟେଲକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ଦେହ ବ୍ୟବସାୟରେ ଲଗାଇବାକୁ ଯୋଜନା କରିଥିଲେ। କିନ୍ତୁ ନାବାଳିକା ଜଣକ ଏହା ଜାଣିପାରି ଜଣେ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ହୋଟେଲରୁ ଖସି ଆସି ପୋଲିସକୁ ଖବର ଦେଇଥିଲେ।
ଖାରବେଳ ନଗର ପୋଲିସ ତୁରନ୍ତ ହୋଟେଲରେ ପହଞ୍ଚି ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଛି। ଏନେଇ ପୋଲିସ ତଦନ୍ତ ଜାରି ରହିଛି।
ତେବେ ପୋଲିସର ପ୍ରାଥମିକ ସନ୍ଦେହ ଯେ ଅଭିଯୁକ୍ତ ଜଣକ ଏକ ସେକ୍ସ ର୍ୟାକେଟ୍ରେ ସାମିଲ ଅଛନ୍ତି ଏବଂ ନାବାଳିକାଙ୍କୁ ଏହି ବେଆଇନ କାର୍ଯ୍ୟରେ ନିୟୋଜିତ କରିବାକୁ ଚାହୁଁଥିଲେ ।
Comments are closed.