Latest Odisha News

ପରିବାର ସଦସ୍ୟଙ୍କୁ ନିଶାଦେଇ ନାବାଳିକା ଫେରାର

ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ଥାନା ନଠୁଆବର ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପ୍ରେମିକର ପ୍ରରୋଚନାରେ ନିଜ ପରିବାର ଲୋକଙ୍କୁ ନିଶାଦେଇ ଘରୁ ଫେରାର ହୋଇଯାଇଛି ନାବାଳିକା । ପରିବାର ଲୋକେ ଯାଜପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଚିକିତ୍ସାଧୀନ ଥିବା ବାପା ମାଆଙ୍କ ସମେତ ୫ ଜଣ ପରିବାର ସଦସ୍ୟ ରହିଛନ୍ତି ।

ସୂଚନା ଅନୁଯାୟୀ, ନଠୁଆବର ଗାଁର ବିଜୟ ସେଠୀଙ୍କ ୧୪ ବର୍ଷର ନାବାଳିକା ଝିଅ ଖାଦ୍ୟରେ ନିଶା ଔଷଧ ଦେଇ ଘରୁ ପଳାଇ ଯିବାକୁ ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି । ଫଳରେ ସେହି ନିଶା ଔଷଧ ମିଶା ଖାଦ୍ୟ ଖାଇ ପରିବାରର ୫ ଜଣ ସଦସ୍ୟ ଅସୁସ୍ଥ ହୋଇ ଯାଜପୁର ଯଯାତି କେଶରୀ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।

Comments are closed.