Latest Odisha News

BREAKING NEWS

ଯାଜପୁରରେ ନବମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତଦେହ ଜବତ

ଯାଜପୁର: ବିଞ୍ଝାରପୁର ଥାନା ଅଞ୍ଚଳର ବରିକୂଳ ଗ୍ରାମରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତଦେହ ଠାବ ହୋଇଛି । ଶନିବାର ଟିଉସନ ଯାଇ ଆଉ ଘରକୁ ଫେରିନଥିଲେ ଛାତ୍ରୀ। ବିଳମ୍ବିତ ରାତିରେ ନିକଟସ୍ଥ ଏକ ପୋଖରୀରୁ ଛାତ୍ରୀଙ୍କ ମୃତଦେହ ମିଳିଥିଲା।

ଛାତ୍ରୀଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ବରିକୁଳ ଗ୍ରାମର ଅମୂଲ୍ୟ ଦାସଙ୍କ ଝିଅ ଶନିବାର ସନ୍ଧ୍ୟା ସମୟରେ ମଙ୍ଗଳପୁର ଥାନା ଅନ୍ତର୍ଗତ ବାବଲପୁର ଗ୍ରାମକୁ ଟିଉସନ୍ ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଆଉ ଫେରିନଥିଲେ।

ଘରକୁ ଡେରି ପର୍ଯ୍ୟନ୍ତ ନ ଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ । ଦୀର୍ଘ ସମୟ ପରେ ନିକଟସ୍ଥ ଏକ ପୋଖରୀରେ ବ୍ୟାଗ୍ ଭାସୁଥିବା ଦେଖିବାକୁ ପାଇଥିଲେ ।

ସେହି ପୋଖରୀରୁ ମୃତଦେହ ଉଦ୍ଧାର କରି ପରିବାର ଲୋକେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଝିଅକୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଏନେଇ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି ବୋଲି ପିତା ଅମୂଲ୍ୟ ଦାସ କହିଛନ୍ତି । ତେବେ ଚାରି ଦିନ ତଳେ ଝିଅକୁ କିଛି ପିଲା କମେଣ୍ଟ ମାରିଥିଲେ । ଯାହାକୁ ନେଇ ଝିଅ ଏବଂ ତାଙ୍କ ପରିବାର ଲୋକେ ତାଗିଦ୍ କରିଥିଲେ।

କମେଣ୍ଟ ମାରିଥିବା ଯୁବକଙ୍କ ଉପରେ ଅମୂଲ୍ୟ ଦାସ ସନ୍ଦେହ କରୁଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି ।

Comments are closed.