Latest Odisha News

BREAKING NEWS

ଅଧ୍ୟାପକ ବିଶ୍ଵରଞ୍ଜନ ହେଲେ ମନୋଜ ଦାସ ସ୍ମୃତି ସଂସଦର ନୂତନ ସଭାପତି

ଭୁବନେଶ୍ୱର : ମନୋଜ ଦାସ ସ୍ମୃତି ସଂସଦର ଏକ ସ୍ଵତନ୍ତ୍ର ବୈଠକରେ ସ୍ଥାନୀୟ ଏକ ହୋଟେଲରେ ନୂତନ ସଭାପତି ଭାବରେ କଥାକାର ଅଧ୍ୟାପକ ବିଶ୍ଵରଞ୍ଜନ ଦାୟିତ୍ଵ ଗ୍ରହଣ କରିଛନ୍ତି । ପୂର୍ବରୁ ବିଶିଷ୍ଟ କଥାକାର ବିଜୟ ନାୟକ ସଂସଦର ପ୍ରଥମ ସଭାପତି ଭାବେ ମନୋନୀତ ହୋଇଥିଲେ। ତେବେ ମହାମହିମ ରାଷ୍ଟ୍ରପତିଙ୍କ ଅତିରିକ୍ତ ପ୍ରେସ ସଚିବ ଭାବେ ନିଯୁକ୍ତ ହେବା ପରେ ସେ ସଭାପତି ଦାୟିତ୍ୱରୁ ଅବ୍ୟାହତି ନେଇଛନ୍ତି ।

ଏହି ଅବସରରେ ସଂସଦର ଅନୁରୋଧ ରକ୍ଷା କରି ରାଜ୍ୟ ସରକାର ଲେଖକଙ୍କ ଜନ୍ମମାଟି ଶଙ୍ଖାରୀଠାରେ ୧୪ କୋଟି ଟଙ୍କାର ପ୍ରସ୍ତାବିତ ମନ୍ମଥ – ମନୋଜ ସ୍ମାରକୀ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ଏବଂ ପଣ୍ଡିଚେରୀରୁ ଲେଖକଙ୍କ ଆସବାବପତ୍ର ଓଡ଼ିଶା ଆଣିବା ଲାଗି ତତ୍ପରତା ପ୍ରକାଶ କରିଥିବାରୁ ସଂସଦ ପକ୍ଷରୁମୁଖ୍ୟମନ୍ତ୍ରୀଙ୍କୁ ଓ ସଂସ୍କୃତି ମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଏହା ବ୍ୟତୀତ ସଂସଦର ପଞ୍ଜୀକରଣ ଓ ଆଗାମୀ କାର୍ଯ୍ୟପନ୍ଥା ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା।

ଏହି ବୈଠକରେ ସଙ୍ଗଠନ ସମ୍ପାଦକ ସରୋଜ ବଳ ସମସ୍ତଙ୍କୁ ସ୍ଵାଗତ କରିଥିବାବେଳେ ସମ୍ପାଦକ ଗୌତମବୁଦ୍ଧ ଦାସ ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ସଂସଦର ଉପଦେଷ୍ଟା ପ୍ରବୀଣା ମହାନ୍ତି, ରଞ୍ଜିତା ଦାସ, ହରିପଦ ଶତପଥୀ, ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର, ଅରବିନ୍ଦ ରାୟ, ସୂର୍ଯ୍ୟ ମିଶ୍ର, ପବିତ୍ର ମୋହନ କର, ପଞ୍ଚାନନ ସାମଲ, ମୌସୁମୀ ଦାସ, ଅମୀୟବାଳା ପରିଡ଼ା, ସୁବ୍ରତ ସେନାପତି, ଶରତ କୁମାର କର, ବେଣୁଧର ବିଶ୍ଵାଳ, ରାମଜୀବନ ଗୋଛାୟତ, ଅମିତାଭ ଖିଲାର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ କୋଷାଧ୍ୟକ୍ଷ ସରୋଜ ଦାସ ଅନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.