Latest Odisha News

BREAKING NEWS

ରାୟଗଡାରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ରାୟଗଡା: ରାୟଗଡାର ବିଷମକଟକ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି ।

ମିଳିଥିବା ସୂଚନାନୁଯାୟୀ ଗତ ୧୭ ତାରିଖ ଦିନ ପିଡିତାଙ୍କ ମା’ ଘରେ ନଥିବାବେଳେ ଏହାର ସୁଯୋଗ ନେଇ ତଥା ଉକ୍ତ ନାବାଳିକାକୁ ଏକୁଟିଆ ପାଇ କେହି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପିଡିତା ଜଣକ ଭୟରେ ପରିବାର ବର୍ଗଙ୍କୁ କିଛି କହିନଥିବାବେଳେ ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ଘଟଣା ସମ୍ପର୍କରେ ଜଣାପଡିଥିଲା ।

ଅନ୍ୟପକ୍ଷରେ ଏନେଇ ପିଡିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି ।

ତେବେ ପୋଲିସ ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଆରମ୍ଭ କରିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.