Latest Odisha News

BREAKING NEWS

ପାଣିରେ ବୁଡି ୨ ଭଉଣୀଙ୍କ ସଲିଳ ସମାଧି

ବାରିପଦା: ମୟୂରଭଞ୍ଜ ଜିଲ୍ଲା କୁଲିଅଣା ବ୍ଲକ୍ ଅନ୍ତର୍ଗତ ଚାନ୍ଦୁଆ ଗ୍ରାମରେ ମଙ୍ଗଳବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି । ଘର ନିକଟ ଏକ ଖାଲରେ ଜମିଥିବା ପାଣିରେ ବୁଡି ୨ ଭଉଣୀଙ୍କ ମୃତ୍ୟୁ ଘଟିଛି ।

ମୃତକ ଦ୍ୱୟଙ୍କ ବୟସ ୩ରୁ ୪ ବର୍ଷ ହେବ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ଦୁହେଁ ଘର ନିକଟରେ ଖେଳୁଥିବା ବେଳେ ଦୁର୍ଭାଗ୍ୟବଶତଃ ପାଖରେ ଥିବା ଏକ ଖାଲରେ ବୁଡିଯାଇଥିଲେ । ସେମାନଙ୍କ ଚିତ୍କାର ଶୁଣି ଗ୍ରାମବାସୀମାନେ ଦୌଡି ଆସି ଦୁହିଁଙ୍କୁ ଉଦ୍ଧାର କରିବା ସହ ସ୍ଥାନୀୟ ମେଡିକାଲକୁ ନେଇଯାଇଥିଲେ । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏଭଳି ଦୁଃଖଦାୟକ ଘଟଣା ପରେ ସାରା ଗ୍ରାମରେ ଶୋକାକୁଳ ବାତାବରଣ ଛାଇ ଯାଇଥିବା ଜଣାପଡିଛି ।

Leave A Reply

Your email address will not be published.