Latest Odisha News

ଖରାପ ପ୍ରଦର୍ଶନ ସତ୍ୱେ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ମୀରାବାଈ ଚାନୁ

ଫୁକେଟ: ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ମୀରାବାଈ ଚାନୁ ଚଳିତ ଆଇଡବ୍ଲ୍ୟୁଏଫ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ତେବେ ଏହା ସତ୍ୱେ ଭାରତର ଏହି ଷ୍ଟାର ୱେଟଲିଫ୍ଟର ପ୍ୟାରିସ ଅଲିମ୍ପିକ୍ସ କୋଟା ହାସଲ କରିବାରେ ସଫଳ ହୋଇଛନ୍ତି । ମହିଳା ୪୯ କିଗ୍ରା ବିଭାଗର ଗ୍ରୁପ ବିରେ ତୃତୀୟ ସ୍ଥାନ ହାସଲ କରିଥିଲେ । ଚାନୁ ମୋଟ ୧୮୪ କେଜି ଭାର ଉଠାଇବାରେ ସଫଳ ହୋଇଥିଲେ । ପ୍ୟାରିସ ଗେମ୍ସ ପାଇଁ ଏହା ଶେଷ ସୁଯୋଗ ଥିଲା । ୨୦୧୭ର ବିଶ୍ୱ ଚାମ୍ପିୟନ ଚାନୁ ବର୍ତମାନ ୪୯ କେଜି ମହିଳା ଅଲିମ୍ପିକ କ୍ୱାଲିଫିକେଶନ ର‌୍ୟାଙ୍କିଙ୍ଗରେ ଚୀନର ଜିଆ ହୁଇହୁଆଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ପ୍ରତ୍ୟେକ ଓଜନ ବିଭାଗରୁ ଶ୍ରେଷ୍ଠ ୧୦ ଜଣ ଲିଫ୍ଟର ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ । ଏସିଆନ ଗେମ୍ସ ଅବସରରେ ସେ ସମ୍ପୂର୍ଣ୍ଣ ଫିଟ ନ ଥିବାରୁ ଶ୍ରେଷ୍ଠ ପ୍ରଦର୍ଶନ କରିପାରି ନ ଥିଲେ । ପ୍ୟାରିସ ଗେମ୍ସରେ ଭାରତ ପାଇଁ ପୂନର୍ବାର ପଦକ ଜିତିବା ନିମନ୍ତେ ଆପ୍ରାଣ ଉଦ୍ୟମ କରିବି ବୋଲି ସେ କହିଛନ୍ତି ।

Comments are closed.