ସମ୍ବଲପୁର: ଭିସୁଟର ୨ ପ୍ରଫେସର ନିଲମ୍ବିତ। ସେମାନଙ୍କ ନାଁରେ ଥିଲା ଅସଦାଚରଣ ଓ ନିର୍ଯାତନା ଅଭିଯୋଗ। ଆଭ୍ୟନ୍ତରୀଣ କମିଟିର ତଦନ୍ତ ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଜଣେ ପିଏଚଡି ଛାତ୍ରୀ ଓ ଜଣେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା ଉଭୟ ନିମ୍ବିତ ହୋଇଛନ୍ତି।
ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟ (ଭିସୁଟ୍) ର ଜନୈକ ପିଏଚ୍ଡି ଛାତ୍ରୀଙ୍କୁ ମୋବାଇଲ ଫୋନ୍ରେ ଅଶ୍ଳୀଳ ବାର୍ତ୍ତା ପ୍ରେରଣ ସହ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଗଣିତ ବିଭାଗ ଆସୋସିଏଟ୍ ପ୍ରଫେସର ମହେନ୍ଦ୍ର କୁମାର ଜେନାଙ୍କୁ କୁଳପତି ପ୍ରଫେସର ଦୀପକ କୁମାର ସାହୁ ଗୁରୁବାର ନିଲମ୍ବିତ କରିଛନ୍ତି। ପୀଡ଼ିତା ଚାରି ମାସ ପୂର୍ବେ ଅଧ୍ୟାପକ ଜେନାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଭିସୁଟ୍ ଆଇସିସି ଏହାର ତଦନ୍ତ କରିଥିଲେ।
କୁଳପତିଙ୍କ ନିର୍ଦେଶକ୍ରମେ କୁଳସଚିବ ମେ’ ୧୩ରେ ଅଧ୍ୟାପକ ଜେନାଙ୍କୁ ଗଣିତ ବିଭାଗ ମୁଖ୍ୟ ପଦରୁ ହଟାଇ ଦେଇଥିଲେ। କିଛିଦିନ ତଳେ ଆଇସିସି ପକ୍ଷରୁ ପୀଡ଼ିତା ଓ ଅଧ୍ୟାପକଙ୍କ ବୟାନ ରେକର୍ଡ଼ କରିବା ସହ କୁଳପତିଙ୍କୁ ରିପୋର୍ଟ ଦେଇଥିଲେ। ସେହିପରି ଅନ୍ୟ ଜଣେ ପ୍ରଫେସର ଦେବବ୍ରତ ଭୁପାଳ ଜଣେ ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବାରୁ ତାଙ୍କୁ ମଧ୍ୟ ସସ୍ପେଣ୍ଡ କରାଯାଇଛି।
Comments are closed.