Latest Odisha News

କପଡା ଦୋକାନରୁ ଲୁଟି ନେଲେ ୨.୫୦ ଲକ୍ଷ ଟଙ୍କା, ସିସିଟିଭିରେ କଏଦ ଚୋରିର ଦୃଶ୍ୟ

କଟକ: କଟକରେ ଥିବା ଏକ କପଡା ଦୋକାନରେ ପଶି ୨.୫୦ଲକ୍ଷ ନଗଦ ଟଙ୍କା ନେଇ ଯାଇଛନ୍ତି ଦୁର୍ବୁତ୍ତ। ଚୋରି ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ଏହି ଘଟଣା ସହରର ମଧୁପାଟଣା ଅଞ୍ଚଳରେ ଘଟିଛି। ଆଜି ସକାଳେ ମାଲିକ ଯେତେବେଳେ ଦୋକାନ ଖୋଲିବାକୁ ଆସିଥିଲେ ସେତେବେଳେ ଚୋରି ହୋଇଥିବା ନେଇ ଜାଣିବାକୁ ପାଇଥିଲେ।

ସେ କହିଛନ୍ତି ଯେ, ଆଜି କିଛି ଲୋକଙ୍କୁ ଟଙ୍କା ଦେବାର ଥିଲା, ଯେଉଁଥିପାଇଁ ଦୋକାନରେ ମୁଁ ନଗଦ ଟଙ୍କା ରଖିଥିଲି। ଥାନା ନିକଟବର୍ତ୍ତୀ ସ୍ଥାନରେ ଏଭଳି ଅପରାଧ ଘଟୁଛି, ଯାହା ଦୁଃଖ ଦାୟକ।

ତେବେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍ ଆଧାରରେ ଅଧିକ ଛାନଭିନ୍ ଜାରି ରଖିଛି।

Comments are closed.