Latest Odisha News

ଦିନ ଦ୍ୱିପ୍ରହରରେ ଗାଡି କାଚ ଭାଙ୍ଗି ଲୁଟି ନେଲେ ୪ ଲକ୍ଷ

କଟକ: କଟକର ମହାନଦୀ ବିହାରରେ ଗତ ଶୁକ୍ରବାର ଦିନ କିଛି ଦୁବୃର୍ତ୍ତ ଦିନ ଦ୍ୱିପ୍ରହରରେ କାର କାଚ ଭାଙ୍ଗି ପ୍ରାୟ ୪ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି ।

ଲୁଟର ଶିକାର ହୋଇଥିବା ଯୁବକ ଜଣକ କହ୍ନେଇପୁର ଅଞ୍ଚଳର ପ୍ରଶାନ୍ତ ସେନାପତି ବୋଲି ଜଣାପଡିଛି । ସେ ଏନେଇ ଚାଉଳିଆଗଞ୍ଜ ଥାନାରେ ଏତଲା ମଧ୍ୟ କରିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ମହାନଦୀ ବିହାର ଅଞ୍ଚଳସ୍ଥ ଏକ ବ୍ୟାଙ୍କରୁ ସେ ୪ ଲକ୍ଷ ଟଙ୍କା ଉଠାଇବା ପରେ ରାସ୍ତାକଡରେ ଜଣେ ସାଙ୍ଗ ସହିତ ସେ କଥାବାର୍ତ୍ତା ହେଉଥିଲେ । ଏହି ସମୟରେ ଦୁବୃର୍ତ୍ତ ମାନେ ଆସି ଏଭଳି ଲୁଟ୍ କରିଥିଲେ । ଉକ୍ତ ବ୍ୟାଗରେ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଥିବା ନେଇ ଜଣାପଡିଛି ।

ତେବେ ଏନେଇ ପୋଲିସ ପକ୍ଷରୁ ଛାନଭିନ୍ନ ଆରମ୍ଭ ହୋଇଛି ।

Comments are closed.