Latest Odisha News

ମାତିଛନ୍ତି ଏଟିଏମ୍ ଲୁଟେରା: କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇଟି ଏଟିଏମରୁ ଲକ୍ଷାଧିକ ଟଙ୍କା ଲୁଟ୍

କେନ୍ଦ୍ରାପଡ଼ା: ରାତିରେ ମାତିଲେ ଲୁଟେରା । ଏଟିଏମରୁ ନେଇଥିଲେ ଲକ୍ଷାଧିକ ଟଙ୍କା । ଗତକାଲି ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଦୁଇଟି ଏଟିଏମରୁ ଲୁଟ୍ ହୋଇଛନ୍ତି । ଗ୍ୟାସ କଟରରେ କାଟି ୪୦ ଲକ୍ଷରୁ ଅଧିକ ଟଙ୍କା ଧରି ଦୁର୍ବୃତ୍ତ ଚମ୍ପଟ ମାରିଥିବା ସନ୍ଦେହ କରାଯାଉଛି । ଆଳିର ପତ୍ରପୁର ଓ ନିଆଳହାଟ ଏସବିଆଇ ଏଟିଏମରୁ ଏହି ଲୁଟ୍ ହୋଇଛି । ପ୍ରମାଣ ନଷ୍ଟ ପାଇଁ ଏଟିଏମରେ ଲାଗିଥିବା ସିସି କ୍ୟାମେରାକୁ ଗ୍ୟାସରେ ପୋଡ଼ି ଦେଇଛନ୍ତି ଲୁଟେରା ।

ଆଜି ସକାଳେ ଏହି ଘଟଣା ଜଣାପଡିଥିଲା । ଘଟଣାସ୍ଥଳରେ ପହଞ୍ଚିଥିଲେ ବ୍ୟାଙ୍କ ଅଧିକାରୀ । ଆଳି ପୋଲିସ ପହଞ୍ଚି ଖୋଳତାଡ କରିଛି । ଦୁଇଟି ଏଟିଏମ ମେସିନକୁ ଗ୍ୟାସ କଟରରେ କଟା ଯାଇଛି । କେତେ ଟଙ୍କା ଲୁଟ୍ ହୋଇଛି ସେନେଇ ସଠିକ ସୂଚନା ମିଳି ନାହିଁ । ଗତକାଲି ପତ୍ରପୁର ଏଟିଏମରେ ୧୮ ଲକ୍ଷ ଓ ନିଆଳହାଟ ଏଟିଏମରେ ୨୩ ଲକ୍ଷ ଟଙ୍କା ଭର୍ତ୍ତି କରାଯାଇଥିବା ଜଣା ପଡ଼ିଛି ।

 

Leave A Reply

Your email address will not be published.