Latest Odisha News

BREAKING NEWS

ସ୍ପେଶ ଏକ୍ସ ମିଶନକୁ ପୁନର୍ବାର ଝଟକା: ପ୍ରୋଟୋଟାଇପ ଲ୍ୟାଣ୍ଡିଂ ବେଳେ ଜଳିଗଲା ରକେଟ

ନ୍ୟୁୟର୍କ: ଏଲନ ମସ୍କଙ୍କ ସ୍ପେଶ ଏକ୍ସ ମିଶନ ମାର୍ଶକୁ ବୁଧବାର ପୁନର୍ବାର ଝଟକା ଲାଗିଛି । ସ୍ପେଶଏକ୍ସ ରକେଟର ପ୍ରୋଟୋଟାଇପ ଲ୍ୟାଣ୍ଡିଂ ବେଳେ ଏହା ବୈଷୟିକ ତ୍ରୁଟି ଯୋଗୁ କ୍ରାଶ ହେବା ସହ ଜଳି ଯାଇଥିଲା । ମସ୍କଙ୍କ କମ୍ପାନୀକୁ ଏହା ଦ୍ୱିତୀୟ ଝଟକା । ପୂର୍ବରୁ ଗତବର୍ଷ ଡିସେମ୍ବରରେ ମଧ୍ୟ ଏ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଲ୍ୟାଣ୍ଡିଂ ସମସ୍ୟା ନେଇ ଆମକୁ ଆହୁରି କାର୍ଯ୍ୟ କରିବାକୁ ପଡିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ସ୍ପେଶଏକ୍ସ ର‌୍ୟାକେଟ ଏସଏନ୯ ଟେକ୍ସାସରୁ ଆକର୍ଶ ମାର୍ଗକୁ ଛଡା ଯାଇଥିଲା । ୧୦ କିଲୋମିଟର ଉପରକୁ ଯିବା ପରେ ଏହା କିଛି ସମୟ ଶୂନ୍ୟରେ ରହିଥିଲା । ପରେ ଭୂପୃଷ୍ଠକୁ ଫେରିବା ବେଳେ ଜଳି ଯାଇଥିଲା । ସମ୍ପୂର୍ଣ୍ଣ ରକେଟକୁ ଷ୍ଟେନଲେସ ଷ୍ଟିଲରେ ତିଆରି କରାଯାଇଥିଲା ।

Leave A Reply

Your email address will not be published.