Latest Odisha News

BREAKING NEWS

ପୁରୀରେ ଯୁବକଙ୍କୁ ମରାଣାତ୍ମକ ଆକ୍ରମଣ , ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ପୁରୀ : ପୁରୀରେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ । ପୁରୀ କଣ୍ଠପୁରର ଗଦାଧର ବରାଳଙ୍କ ପୁଅ ରାକେଶ ବରାଳଙ୍କୁ କୌଣସି କୌଣସି ଦୁବୃର୍ତ୍ତ ଘରୁ ଫୋନ କରି ଡାକି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ରାକେଶ ଦୁବୃର୍ତ୍ତର ଫୋନ୍ କଲ ଶୁଣି ଘରୁ ବାହାରିଥିଲେ କିନ୍ତୁ କିଛି ସମୟ ପରେ ପୁରୀ ବ୍ରହ୍ମଗିରି ରାସ୍ତା ଗୋଳସାହି ଠାରେ ରାକେଶଙ୍କ କ୍ଷତାକ୍ତ ହୋଇ ପଡିଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ ।

କେହି ରାକେଶଙ୍କୁ ହାଣି ଫୋପାଡି ଦେଇଥିବା ଜଣାପଡିଛି ।ପରେ ରାକେଶଙ୍କ ପରିବାର ଲୋକ ରାକେଶଙ୍କୁ ପୁରୀ ସଦର ହସ୍ପିଟାଲରେ ଭର୍ତି କରିଛନ୍ତି । ରାକେଶଙ୍କୁ ବର୍ତ୍ତମାନ ସର୍ଜରି ପାଇଁ ଓଟିରେ ଭର୍ତି କରାଯାଇଛି ।ବୋଲି ଫାଣ୍ଡି ଅଧିକାରୀ ମନୋଜ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.