Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ: ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କ ନେତୃତ୍ୱରେ ତଦନ୍ତ କମିଟି ଗଠନ

ନୂଆଦିଲ୍ଲୀ: ପଞ୍ଜାବ ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ ଯାଞ୍ଚ ପାଇଁ ଗଠନ ହେଲା କମିଟି । ଏକ ୫ ଜଣିଆ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଇନ୍ଦୁ ମାଲହ୍ରୋତାଙ୍କ ନେତୃତ୍ୱରେ କମିଟି ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ ତଦନ୍ତ କରିବ । ଏହି କମିଟିରେ ଏନଆଇଏ ଡିଜି, ଚଣ୍ଡିଗଡ଼ ଡିଜିପି, ପଞ୍ଜାବର ଏଡିଜିପି (ସୁରକ୍ଷା) ଏବଂ ପଞ୍ଜାବ ଓ ହରିୟାଆ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ୍ ଏହାର ସଦସ୍ୟ ରହିବେ ।

ସୁପ୍ରିମକୋର୍ଟ କହିଛନ୍ତି, ହାଇକୋର୍ଟ ରେଜିଷ୍ଟ୍ରାର୍ ଜେନେରାଲ୍ ମାମଲା ସମ୍ପର୍କିତ ସମସ୍ତ ଦସ୍ତାବିଜ୍ ଖୁବଶୀଘ୍ର କମିଟି ମୁଖ୍ୟ ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କୁ ହସ୍ତାନ୍ତର କରିବେ । ଯଦିଓ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ୟ୍ୟ କରି ନଥିଲେ ବି ତଦନ୍ତ କରି ଖୁବଶୀଘ୍ର ରିପୋର୍ଟ ଦାଖଲ କରିବାକୁ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଢିଲା ହୋଇଥିଲା କି ? ସୁରକ୍ଷାକୁ ଅଧିକ କଡ଼ାକଡ଼ି କରିବା ପାଇଁ ଆଉ କଣ ହୋଇପାରି ଥାଆନ୍ତା ? ଆଉ କିଛି ଉପାୟ ଥିଲା କି ? ଏସବୁ ଦିଗରେ କମିଟି ତଦନ୍ତ କରି ରିପୋର୍ଟ ପ୍ରସ୍ତୁତ କରିବ ।

ନିକଟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ବେଳେ ମୁହାଁମୁହିଁ ହୋଇଥିଲେ ପଞ୍ଜାବ ସରକାର ଓ କେନ୍ଦ୍ର ସରକାର । ପଞ୍ଜାବ ଫିରୋଜପୁର ଗସ୍ତ ବେଳେ ଫ୍ଲାଏ ଓଭର ଉପରେ ୨୦ ମିନିଟ ଅଟକି ଥିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ।

Leave A Reply

Your email address will not be published.