Latest Odisha News

BREAKING NEWS

ନନ୍ଦନକାନନ ପ୍ରାଣୀ ଉଦ୍ୟାନ କାର୍ଯ୍ୟାଳୟରେ ଆତଙ୍କ ସୃଷ୍ଟି କଲେ ଦୁର୍ବୃତ୍ତ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଦୁଇ ଜଣ ସଶସ୍ତ୍ର ଦୁର୍ବୃତ୍ତ ଆତଙ୍କ ସୃଷ୍ଟି କରିବା ସହ ଅଫିସ ଭିତରେ କମ୍ପ୍ୟୁଟର, ଟିଭି ଏବଂ ଆସବାପତ୍ର ନଷ୍ଟ କରିଛନ୍ତି।

ଅପରାହ୍ନ ପ୍ରାୟ ୫ଟା ବେଳେ ଦୁର୍ବୃତ୍ତମାନେ ଖଣ୍ଡା ଧରି ଡେପୁଟି ଡାଇରେକ୍ଟରଙ୍କ କାର୍ଯ୍ୟାଳୟରେ ପଶି ଏସିଏଫ୍ (ଏସ୍ ଏମ୍) ଓ ଏସିଏଫ୍ (ଭିଏମ୍)ଙ୍କ ସମେତ ଅଧିକାରୀଙ୍କୁ ସେମାନଙ୍କ ଚେମ୍ବରରେ ଗାଳିଗୁଲଜ କରିଥିଲେ।

ସେମାନେ ଜୀବବିଜ୍ଞାନୀ ଡାକ୍ତର ରାଜେଶ ମହାପାତ୍ରଙ୍କୁ ମଧ୍ୟ ମାଡ଼ ମାରିଥିଲେ। ସୁଦୀପ୍ତ କୁମାର ପଣ୍ଡା, ଏସିଏଫ୍ (ଏସ୍ ବିଜି); ଏସିଏଫ୍ (ଏସ୍ ଏମ୍ ) ଡ. ରଶ୍ମି ରଞ୍ଜନ ସ୍ୱାଇଁ ଓ ଏଫଆଣ୍ଡଇ ବିଭାଗର ଅଡିଟ୍ ଅଫିସର ଆଶୁତୋଷ କାମ୍ପାଙ୍କୁ ଗାଳି ଗୁଲଜ ସହିତ ଠେଲାପେଲା କରିଥିବା ଅଭିଯୋଗ ହୋଇଛି।

ଏତଦ୍ ବ୍ୟତୀତ ନିଶାସକ୍ତ ଅବସ୍ଥାରେ ଦୁଇ ଯୁବକ କରିଡର ଓ ଅନ୍ୟାନ୍ୟ ଚେମ୍ବରରେ ବୁଲି ବୁଲି ବାଟରେ ଯାହା କିଛି ଆସୁଥିଲା ତାହା ନଷ୍ଟ କରିଦେଇଥିଲେ। କମ୍ପ୍ୟୁଟର, ଲାପଟପ୍, ପ୍ରିଣ୍ଟର, ଟିଭି ଓ ଆସବାବପତ୍ର ସମେତ ଅଫିସ୍ ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଛି।କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭି କ୍ୟାମେରାରେ ଦୁଇ ଦୁର୍ବୃତ୍ତଙ୍କ ପୂରା ଗତିବିଧି କଏଦ ହୋଇଛି।

ଏସିଏଫ୍ (ଏସବିଜି) ଫୋନ୍ ଯୋଗେ ଘଟଣା ସମ୍ପର୍କରେ ନନ୍ଦନକାନନ ଥାନା ଆଇଆଇସିଙ୍କୁ ଜଣାଇଥିଲେ। ଦୁଇ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଏକ ପିସିଆର ଭ୍ୟାନ୍ ଘଟଣାସ୍ଥଳକୁ ଯାଇଥିଲା।

Leave A Reply

Your email address will not be published.