Latest Odisha News

BREAKING NEWS

ଦୁଇ ଦିନ ଘୁଞ୍ଚିଲା ୟୁଜିସି ନେଟ୍‌ ପରୀକ୍ଷା ତାରିଖ, ଜୁନ୍ ୧୬ ପରିବର୍ତ୍ତେ ୧୮ ରେ ହେବ

ନୂଆଦିଲ୍ଲୀ: ବଦଳିଲା ୟୁଜିସି ନେଟ୍‌ ପରୀକ୍ଷା ତାରିଖ । ଏହି ପରୀକ୍ଷା ବର୍ତ୍ତମାନ ଜୁନ୍ ୧୬ ପରିବର୍ତ୍ତେ ଜୁନ୍ ୧୮ରେ ହେବ । ଏନେଇ ୟୁଜିସି ଚେୟାରମ୍ୟାନ ଏମ୍. ଜଗଦୀଶ କୁମାର ‘ଏକ୍ସ’ ରେ ସୂଚନା ଦେଇଛନ୍ତି । ୟୁପିଏସସି ପ୍ରିଲିମିନାରୀ ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀଙ୍କ ଅନୁରୋଧ କ୍ରମେ ଏହି ପରୀକ୍ଷାର ତାରିଖରେ ପରିବର୍ତ୍ତନ କରାଗଲା ।

ଖବର ମୁତାବକ, ପୂର୍ବରୁ ୟୁଜିସି-ନେଟ୍ ପରୀକ୍ଷା ସିବିଟି ମୋଡ୍‌ରେ ହେଉଥିବା ବେଳେ ଚଳିତବର୍ଷ ଓଏମଆର ମୋଡ୍ ରେ ହେବାକୁ ଯାଉଛି । ଜୁନିୟର ରିସର୍ଚ୍ଚ ଫେଲୋସିପ ଏବଂ ଦେଶର ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ସହକାରୀ ପ୍ରଫେସର ପଦରେ ନିଯୁକ୍ତି ପାଇଁ ୟୁଜିସି ନେଟ୍‌ ପରୀକ୍ଷା କରାଯାଏ । ଏହା ବ୍ୟତୀତ ପରୀକ୍ଷାର୍ଥୀ ମାନେ ମଧ୍ୟ ଏହି ପରୀକ୍ଷା ମାଧ୍ୟମରେ ପିଏଚଡିରେ ଆଡମିଶନ ପାଇପାରିବେ ।

ୟୁଜିସି ନେଟ୍‌ ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପରୀକ୍ଷା ପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ ସାଇଟ ପରିଦର୍ଶନ କରି ugcnet.nta.ac.in ରେ ଆବେଦନ କରିପାରିବେ । ପରୀକ୍ଷା ପାଇଁ ଆବେଦନ କରିବାର ଶେଷ ତାରିଖ ୧୦ ମେ’ ୨୦୨୪ ପର୍ଯ୍ୟନ୍ତ ରହିଛି ।

Leave A Reply

Your email address will not be published.