Latest Odisha News

BREAKING NEWS

ପେରିୟାର ପ୍ରତିମୂର୍ତିକୁ ଅପମାନିତ

କୋଏମ୍ବଟୁର:ତାମିଲନାଡୁର କୋଏମ୍ବଟୁରର ଭେଲାଲୋରର ପେରିୟାର ଅଧ୍ୟୟନ କେନ୍ଦ୍ର ସମ୍ମୁଖରେ ଥିବା ପେରିୟାର ଇଭି ରାମସ୍ୱାମୀଙ୍କ ପ୍ରତିମୂର୍ତିକୁ ଅପମାନିତ କରାଯାଇଛି । ଏହି ସାମାଜିକ ସଂସ୍କାରକଙ୍କ ପ୍ରତିମୂର୍ତିରେ ଚପଲମାଳ ପିନ୍ଧାଯିବା ସହ ଗେରୁଆ ରଙ୍ଗ ବୋଳାଯାଇଛି । ଯାହାକୁ ନେଇ ସେଠାରେ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି ।

ଦ୍ରାବିଡ କାଜାଗାମ ସଦସ୍ୟ ଏ ନେଇ ବିକ୍ଷୋଭ କରିବା ସହ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ପୋଲିସ ଆଶ୍ୱସନା ଦେବା ପରେ ସେମାନେ ବିକ୍ଷୋଭରୁ ଓହରିଥିଲେ । ପୋଲିସ ସିସିଟିଭି ଯାଂଚ କରି ତଦନ୍ତ ଆରମ୍ଭ କରିଛି । ଡିକେ ସଦସ୍ୟମାନେ ପେରିୟାର ମୂର୍ତିକୁ ଚପଲ ମାଳ କାଢ଼ିବା ସହ ସଫା ସୁତରା କରିଥିଲେ ।

Leave A Reply

Your email address will not be published.