Latest Odisha News

BREAKING NEWS

ଜେଏସଡବ୍ଲୁ ପ୍ରକଳ୍ପ ଅଞ୍ଚଳରେ ପାନବରଜ ସାଙ୍ଗକୁ ଗଛ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଜଗତସିଂହପୁର : ପ୍ରସ୍ତାବିତ ଜେଏଡବ୍ଲୁ ପ୍ରକଳ୍ପ ପାଇଁ ଜୋରସେରରେ ଆଗଉଛି କାମ । ଏରସମା ତହସିଲ ଢ଼ିଙ୍କିଆ ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତରେ ପ୍ରସ୍ତାବିତ ଜେଏସଡବ୍ଲୁର ପ୍ରକଳ୍ପ କାର୍ଯ୍ୟରେ ହେଉଛି ଅଗ୍ରଗତି । ପ୍ରକଳ୍ପ ପାଇଁ ଢ଼ିଙ୍କିଆ ପଞ୍ଚାୟତର ପାଟଣା, ମାହାଳ ଓ ଗୋବିନ୍ଦପୁର ଗାଁରେ ପାନବରଜ ମାପଚୁପ ଜାରି ରହିଛି । ଅନ୍ୟପଟେ ଗୋବିନ୍ଦପୁର ଗାଁରେ ପାନବରଜ ଭଙ୍ଗା ଯାଇଥିବା ଜମିରେ ଥିବା ଗଛ କଟା ନେଇ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଆଜି ସୁଦ୍ଧା ପ୍ରାୟ ୨ ଶହରୁ ଅଧିକ ଗଛ ଚିହ୍ନଟ କରାଯାଇଛି । ଏଥି ମଧ୍ୟରେ ସଜନା, ଆମ୍ବ, ପଣସ, କାଜୁ, କଦଳୀ ଭଳି ବିଭିନ୍ନ ପ୍ରକାରର ଫଳନ୍ତି ଗଛ ରହିଛି । ଉଦ୍ୟାନ ବିଭାଗ ପକ୍ଷରୁ ମୂଲ୍ୟାୟନ କରାଯିବା ପରେ ସଂପୃକ୍ତ ହିତାଧିକାରୀଙ୍କୁ କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ପାନବରଜ ଦେଇଥିବା ଲୋକ କ୍ଷତିପୂରଣ ପାଇବା ପରେ ଗଛ କାଟି କ୍ଷତିପୂରଣ ପାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଆଜି ସୁଦ୍ଧା ୨୭୦ରୁ ଅଧିକ ପାନବରଜ ମାପଚୁପ କରାଯାଇଥିଲା ବେଳେ, ୮୨ ଡିସିମିଲରୁ ଅଧିକ ଜମି ଅଧିଗ୍ରହଣ ହୋଇ ସାରିଲାଣି । ଜେଏସଡବ୍ଲୁ ପ୍ରକଳ୍ପ ପାଇଁ ସହମତି ପ୍ରକାଶ ପାଉଥିବାରୁ ଆଗାମୀ ଦିନରେ ଏଠାରେ ଶିଳ୍ପ ପ୍ରତିଷ୍ଠା ନେଇ ଆଶା ସଞ୍ଚାର ହୋଇଛି ।

Leave A Reply

Your email address will not be published.