Latest Odisha News

ବାଲେଶ୍ୱରରେ ଏଟିଏମ୍ ଲୁଟିଲେ ଦୁବୃର୍ତ୍ତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସୋର ସ୍ଥିତ ତଳ ବଜାରରେ ଥିବା ଏକ ଟାଟା ଇଣ୍ଡିକେସ୍ ବ୍ୟାଙ୍କ ଏଟିଏମରୁ ରବିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଲୁଟ୍ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗ୍ୟାସ କଟରରେ ଏଟିଏମ୍ ମେସିନକୁ କାଟି ସେଥିରୁ ଲକ୍ଷାଧିକ ଟଙ୍କା ଲୁଟ୍ କରିଥିବା ନେଇ ଜଣାପଡିଛି। ଏଥିସହିତ ଏଟିଏମରୁ କେତେ ମୂଲ୍ୟର ଟଙ୍କା ଲୁଟ୍ ହୋଇଛି ସେସମ୍ପର୍କରେ ଏଯାବତ୍ କୌଣସି ସୂଚନା ମିଳିନାହିଁ ।

ଅନ୍ୟପକ୍ଷରେ ଆଜି ସକାଳୁ ସ୍ଥାନୀୟ ବାସିନ୍ଦା ମାନେ ଏଟିଏମ୍ ମେସିନ୍ ଭଙ୍ଗା ହୋଇଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତି ପରଖିବା ସହ ତଦନ୍ତ ଆରମ୍ଭ କରିଛି ।

ଅପରପକ୍ଷରେ ବାଲେଶ୍ୱରରେ ବାରମ୍ବାର ଏଟିଏମ୍ ଲୁଟ୍ ହେଉଥିବା ଯୋଗୁଁ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିବା ନେଇ ସୂତ୍ରରୁ ପ୍ରକାଶ ।

Comments are closed.