Latest Odisha News

ଏଟିଏମ୍ ଭାଙ୍ଗିଲେ, ଟଙ୍କା ଧରି ଛୁ ମାରିଲେ ଲୁଟେରା

ବାଲେଶ୍ୱର: ମାତିଛନ୍ତି ଏଟିଏମ୍ ଲୁଟେରା । ବାଲେଶ୍ୱର ଜିଲା ବସ୍ତା  ଅନ୍ତର୍ଗତ ଜାମଶୁଳି ଛକରେ ଥିବା ଏକ ଏଟିଏମରୁ ଟଙ୍କା ଲୁଟ୍ । ଟାଟା ଇଣ୍ଡିକ୍ୟାସ ଏଟିଏମ ଭାଙ୍ଗି ଦୁର୍ବୃତ୍ତ ଟଙ୍କା ଧରି ଫେରାର୍ ହୋଇ ଯାଇଥିବା ଅଭିଯୋଗ ହୋଇଛି ।

ଗତକାଲି ରାତିରେ ଏହି ଲୁଟ୍ ହୋଇଛି । ଆଜି ସକାଳୁ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ତେବେ ଏଟିଏମରୁ କେତେ ଟଙ୍କା ଲୁଟ୍ ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ପୋଲିସ ଘଟଣାର ଖୋଳତାଡ ଚଳାଇଛି ।

Comments are closed.