Latest Odisha News

BREAKING NEWS

ଦିନ ଦ୍ବିପହରରେ ବ୍ୟାଙ୍କ ଲୁଟିଲେ ଦୁର୍ବୃତ୍ତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଚୌକି ସ୍ଥିତ ୟୁକୋ ବ୍ୟାଙ୍କ ଶାଖାରୁ ମଙ୍ଗଳବାର ଦିନ ଦ୍ୱିପ୍ରହରରେ ବନ୍ଧୁକ ମୁନରେ କିଛି ଦୁର୍ବୃତ୍ତ ଲୁଟ୍ କରିଥିବା ସୂଚନା ମିଳିଛି।

ଲୁଟ୍ ଟଙ୍କାର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ସୁତ୍ରରୁ ପ୍ରକାଶ।

ସୂଚନା ଅନୁଯାୟୀ, ଆଜି ଦ୍ବିପହର ପ୍ରାୟ ୨ଟା ବେଳେ ଦୁଇଟି ବାଇକରେ ୬ ଜଣ ଯୁବକ ଆସି ଏହି ଲୁଟ୍ କରିଛନ୍ତି। ଏହା ଛଡ଼ା ସେମାନେ ଗ୍ରାହକ ବେଶରେ ଆସି ଲୁଟ୍ କରିଥିବା ଜଣାପଡିଛି।

ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଥିବା ଜଣାପଡିଛି। ଏ ସମ୍ପର୍କରେ ଅଧିକ ତଥ୍ୟ ହସ୍ତଗତ ହୋଇପାରିନାହିଁ।

Comments are closed.