Latest Odisha News

BREAKING NEWS

୧୦ ଲକ୍ଷ ଟଙ୍କାର ସୁନାଗହଣା ସହ ନଗଦ ୭୫ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବାଲେଶ୍ୱର : ବାଲେଶ୍ୱର ସୋରରେ ମାତିଛନ୍ତି ଲୁଟେରା । ଘରେ କେହି ନଥିବା ବେଳେ ୧୦ ଲକ୍ଷ ଟଙ୍କାର ସୁନା ରୂପା ଗହଣା ସହ ନଗଦ ୭୫ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ସୋର ଥାନା ଇଟୁଆ ଗାଁର ଓସିଏଲର ଅବସରପ୍ରାପ୍ତ ପରିଚାଳକ ବିରଞ୍ଚି ମହାନ୍ତିଙ୍କ ଘରୁ ଲୁଟ ହୋଇଛି ।

ଲୁଟେରାମାନେ ଘରର ଝର୍କା ଭାଙ୍ଗି ଲୁଟ କରିଛନ୍ତି । ପରେ ବିରଞ୍ଚି ମହାନ୍ତି ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି । ବରଞ୍ଚି ମହାନ୍ତି ତାଙ୍କ ପରିବାର ସହ ସୋର ଇଟୁଆ ଗାଁକୁ ଭୋଜି ଖାଇବାକୁ ଯାଇଥିବା ସମୟରେ , ତାଙ୍କ ଘରେ କେହି ନଥିବାର ସୁଯୋଗ ପାଇ ଲୁଟେରା ମାନେ ଘରେ ପଶି ଲୁଟ୍ କରିଛନ୍ତି ।

 

Comments are closed, but trackbacks and pingbacks are open.