Latest Odisha News

BREAKING NEWS

[ଭିଡିଓ] ଭାଇରାଲ ହେଉଛି କୁନି ଝିଅଙ୍କ ‘ଗଙ୍ଗୁବାଇ କାଠିଆୱାଡି’ର ଅବତାର

ନୂଆଦିଲ୍ଲୀ : ଆଲିଆ ଭଟ୍ଟଙ୍କ ଅପକମିଂ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ଟ୍ରେଲରରେ ଆଲିଆଙ୍କ ଡାଇଲଗ୍ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି । ନିକଟରେ ସୋସିଆଲ ମିଡିଆରେ ଜଣେ କୁନି ଝିଅ ଆଲିଆ ଭଟ୍ଟଙ୍କ ଡାଇଲଗ୍ କହୁଥିବାର ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓ କ୍ଲିପ ଏବେ ଚାରିଆଡେ ଭାଇରାଲ ହେଉଛି । ଏହି ଭିଡିଓରେ କୁନି ଝିଅଟି ଆଲିଆଙ୍କ ଅବତାର ନେବା ସହ ,କହୁଛି ଆଲିଆଙ୍କ ଡାଇଲଗ୍ “ଜମିନ୍ ପେ ବୈଠି ବହୁତ୍ ଆଛି ଲଗରେହି ହୈ ତୁ ,ଆଦତ୍ ଡାଲ ଲେ’, କ୍ୟୁ କି ତେରୀ କୁର୍ସି ତୋ ଗୟୀ । ଗଙ୍ଗୁ ଚାନ୍ଦ ଥି ଔର ଚାନ୍ଦ ହି ରହେଗି ।

ଆଲିଆ ଗଙ୍ଗୁବାଇ ଫିଲ୍ମରେ କହୁଥିବା ଏହି ଡାଇଲଗଟି କୁନି ଝିଅଟି ପାଟିରେ ଟୁଥ୍ ପିକ୍ ପୁରାଇ , ହ୍ୱାଇଟ ଶାଢୀ ପିନ୍ଧି କହୁଥିବା ଦେଖିବାକୁ ମିଳିଛି ।ଏହି ଭିଡିଓକୁ ସୋସିଆଲ ମିଡିଆରେ ଫ୍ୟାନ ମାନେ ମଧ୍ୟ ପ୍ରଶଂସା କରୁଛନ୍ତି । ସୋସିଆଲ ମିଡିଆର ସମସ୍ତ ଦର୍ଶକ ଏହି କୁନି ଝିଅକୁ ଛୋଟି ଆଲିଆ ବୋଲି କହୁଛନ୍ତି । ‘’ଗଙ୍ଗୁବାଇ କାଠିଆୱାଡି’’ କ୍ରାଇମ ଡ୍ରାମା ଉପରେ ଆଧାରିତ ଏକ ବାୟୋପିକ୍ ମୁଭି ହୋଇଥିବା ବେଳେ ଏହି ମୁଭିରେ ଆଲିଆ ଭଟ୍ଟ ମାଫିଆ କୁଇନ ଅଫ୍ ମୁମ୍ବାଇ ଭୂମିକା ନିଭାଉଛନ୍ତି । ସଞ୍ଜୟ ଲିଲା ଭନସାଲୀଙ୍କ ଏହି ମୁଭି ୨୫ ଫେବୃଆରୀରେ ପରଦାକୁ ଆସିବ ।

;

Comments are closed, but trackbacks and pingbacks are open.