Latest Odisha News

BREAKING NEWS

ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ଆନନ୍ଦପୁର : ଥମୁନି ଲୁଟେରାଙ୍କ ଲୁଟପାଟ୍  । ବନ୍ଧୁକ ଦେଖାଇ ଦୋକାନୀଙ୍କ ଘରୁ ଲୁଟି ନେଲେ ସୁନାଗହଣା । ଏମିତି କିଛି ଘଟଣା ଦେଖିବାକୁ ମିଳିଛି  କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଟୁକୁଣା ଗାଁରେ । ପ୍ରଥମେ ବାଇକରେ ଆସିଲେ । ବନ୍ଧୁକ ଦେଖାଇଲେ ଏବଂ ଭୟଭୀତ କରି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟିନେଲେ । ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ସୁନା ବେପାରୀ ପବିତ୍ର ଦାସ ।

ଗତକାଲି ରାତିରେ ପବିତ୍ର ନିଜ ଦୋକାନ ବନ୍ଦ କରି ଘରକୁ ଆସୁଥିଲେ । ଏତିକିବେଳେ କିଛି ଲୁଟେରା ତାଙ୍କୁ ପିଛା କରି ତାଙ୍କ ଘର ପର୍ଯ୍ୟନ୍ତ ଆସିଥିଲେ । ଝରକା ଗ୍ରୀଲ ତାଡି ଘର ଭିତରକୁ ପଶିଥିଲେ । ଏବଂ ପବିତ୍ରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୧୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଓ ରୁପା ଗହଣା ଲୁଟିନେଇ ଚମ୍ପଟ ମାରିଥିଲେ  ।  ଏ ନେଇ ପବିତ୍ର ଥାନାରେ ଅଭିଯୋଗ କରିଥିଲେ । ପରେ ନନ୍ଦିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.