Latest Odisha News

BREAKING NEWS

କାଲି ଥିଲା ଛୋଟ ଛାଡଖାଇ, ଆଜି ପାଳନ କରାଯିବ ବଡ ଛାଡଖାଇ, ବଡି ଭୋରୁ ଆମିଷ ଦୋକାନରେ ଲାଗିଛି ଲମ୍ବା ଲାଇନ୍

ଭୁବନେଶ୍ଵର: କାଲିଥିଲା ଛୋଟ ଛାଡଖାଇ, ଆଜି ପାଳନ କରାଯିବ ବଡ ଛାଡଖାଇ । ମାସେ ହେଲା ପାଟିରେ ଆମିଷ ବାଜିନଥିବା ବେଳେ ଲୋକେ ଅନାଇ ରହିଥିଲେ ଛାଡଖାଇକୁ । ହେଲେ ଅବାରରେ ଅର୍ଥାତ ମଙ୍ଗଳବାର ଛାଡଖାଇ ପଡିବାରୁ ଅନେକ ଲୋକ ଆମିଷ ଖାଇପାରି ନାହାନ୍ତି । ତେଣୁ ଆଜିକୁ ଅପେକ୍ଷା କରି ରହିଥିଲେ ।

କାର୍ତ୍ତିକ ପାଇଁ ମାସେ ହେଲା ଆମିଷଠାରୁ ମୁହଁ ଫେରାଇ ନେଇଥିବା ରାଜ୍ୟବାସୀ ଆଜି ବଡି ଭୋରୁ ଆମିଷ ବଜାରରେ ଭିଡ ଲଗାଇଛନ୍ତି । ବିଶେଷ କରି ମଟନ୍ ଦୋକାନରେ ଭିଡ ଜମିବ । ଚିକେନ ଓ ମାଛ ବ୍ୟବସାୟ ମଧ୍ୟ ଭଲ ରହିବ । ସେହି ଆଶାରେ ବ୍ୟବସାୟୀ ବି ପୂର୍ବରୁ ପ୍ରସ୍ତୁତି କରିସାରିଛନ୍ତି ।

ରାଜଧାନୀରେ ଆଜି ଅଧିକ ଚାହିଦା ଥିବାରୁ ଆମିଷ ଦର ବି ଟିକେ ଉଚ୍ଚା ରହିଛି। ୟୁନିଟ୍-୪ ମାର୍କେଟରେ ଆଜି ମଟନ୍ ଦର କିଲୋ ପ୍ରତି ୯୦୦ ଟଙ୍କା ଥିବା ବେଳେ କଙ୍କଡ଼ା ୧୨୦୦ରୁ ୧୮୦୦ ଟଙ୍କା ରହିଛି । ଏଣେ ଚିଙ୍ଗୁଡ଼ି ଦର ୧ ହଜାର ଟଙ୍କା ଯାଏ ରହିଛି । ତେବେ ମାଛ ଦରରେ ଗତକାଲି ତୁଳନାରେ ବିଶେଷ ଫରକ୍ ନାହିଁ ।

ଓଡ଼ିଶା ଛେଳି ଯଥେଷ୍ଟ ହେବ ନାହିଁ ବୋଲି ପୂର୍ବରୁ ପଶ୍ଚିମବଙ୍ଗରୁ ଛେଳି ଚାଲାଣ ହୋଇଥିଲା । ସେହିଭଳି ଆନ୍ଧ୍ରପ୍ରଦେଶରୁ ମାଛ ଓ ଚିକେନ୍ କିଛିଟା ଅଧିକ ପରିମାଣରେ ଆମଦାନି ହୋଇଥିବା ଜଣାଯାଇଛି ।

 

Leave A Reply

Your email address will not be published.