Latest Odisha News

BREAKING NEWS

ଖୋର୍ଦ୍ଧା ମଦନ ମୋହନ ମନ୍ଦିରରୁ ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ପାତ୍ରପଡ଼ାର ମଦନ ମୋହନ ମନ୍ଦିରରୁ ଗତ ରାତିରେ ଅଜଣା ଦୁର୍ବୃତ୍ତ ଠାକୁରଙ୍କର ମୂଲ୍ୟବାନ ଅଳଙ୍କାର ଲୁଟି ନେଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ଭିତରରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି । ପୋଲିସ ସୂଚନା ଅନୁସାରେ ମନ୍ଦିରରେ ଥିବା ହୁଣ୍ଡିକୁ ମଧ୍ୟ ସେମାନେ ଭାଙ୍ଗି ଲୁଟ କରିଛନ୍ତି ।

ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ପୋଲିସ ମନ୍ଦିରକୁ ଯାଇ ଛାନଭିନ କରିଛନ୍ତି । ଅଜଣା ଦୁର୍ବୃତ୍ତଙ୍କ ସମ୍ପର୍କରେ ସେପରି କିଛି ସୂଚନା ମିଳିନଥିଲେ ମଧ୍ୟ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.