Latest Odisha News

BREAKING NEWS

ଭୁବନେଶ୍ୱର: ଏମ୍ସ ହସ୍ପିଟାଲ ୬ ମହଲାରୁ ଖସି ଯୁବକଙ୍କ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର : ଭୁବନେଶ୍ୱର ସିଜୁଆ ସ୍ଥିତ ଏମ୍ସ ହସ୍ପିଟାଲ ୬ ମହଲାରୁ ଖସି ପଡି ଜଣେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ହୋଇଛି ।

ମୃତକଙ୍କ ନାମ ସତ୍ୟଜିତ ମହାନ୍ତି ଏବଂ ସେ ଖୋର୍ଦ୍ଧା ସ୍ଥିତ ଜକରା ଗ୍ରାମର ବାସିନ୍ଦା ବୋଲି ସୁତ୍ରରୁ ପ୍ରକାଶ ।

ମିଳିଥିବା ସୂଚନାନୁଯାୟୀ କିଛିଦିନ ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ପରିବାର ବର୍ଗ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ । ଅନ୍ୟପକ୍ଷରେ ଏହି ଘଟଣା ଗତକାଲି ରାତି ପ୍ରାୟ ୧୨ଟାରୁ ଗୋଟାଏ ମଧ୍ୟରେ ଘଟିଥିବା ନେଇ ଜଣାପଡିଛି ।

ତେବେ କେଉଁ ପରିସ୍ଥିତିରେ ସେ ୬ ମହଲାରୁ ଖସି ପଡ଼ିଲେ ଓ ଏହା ପଛରେ କାରଣ କ’ଣ ରହିଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Leave A Reply

Your email address will not be published.