Latest Odisha News

BREAKING NEWS

ମାତିଛନ୍ତି ଲୁଟେରା , ମହିଳାଙ୍କ ଠାରୁ ଝାମ୍ପିନେଲେ ୫ ଲକ୍ଷ

କୋରାପୁଟ :  କୋଟପାଡ ସହରରେ ମାତିଛନ୍ତି ଲୁଟେରା । ଦିନି ଦ୍ୱିପ୍ରହରରେ ମହିଳାଙ୍କ ଠାରୁ ୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।ମହିଳା ଜଣକ ବହୁ ଚେଷ୍ଟା କରିବା ସତ୍ୱେ ମଧ୍ୟ ଲୁଟେରାଙ୍କ ହାତରୁ ଖସି ପାରିନଥିଲେ ।  ରାସ୍ତାରେ ପଡ଼ିଯାଇଥିବା ସମୟରେ ଲୁଟେରା ମାନେ ମହିଳାଙ୍କ ଟଙ୍କା ବ୍ୟାଗ ନେଇ ଚମ୍ପଟ ମାରିଛନ୍ତି । ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତାଙ୍କୁ କୋଟପାଡ ମେଡିକାଲରେ ଭର୍ତି କରାଯାଇଛି।ମହିଳା ଜଣକ କୋଟପାଡ କାରଣ ସାହିର ବାସନ୍ତି ପ୍ରଧାନ। ସେ ଆଜି ଜୟ ଜଗନ୍ନାଥ ଏସଏଚଜି ଗ୍ରୁଫ୍ ରୁ ରୁଣ ଆକାରରେ କୋଟପାଡ ଏସବିଆଇ ଶାଖାରୁ ଟଙ୍କା ନେଇ ଫେରୁଥିଲେ। ଏହି ସମୟରେ ଦୁବୃତ୍ତ ମାନେ ବାଇକ ଧରି ପିଛା କରି ବାମୁଣି ସାହିଠାରେ ମହିଳାଙ୍କ ବ୍ୟାଗକୁ ଝାମ୍ପି ନେଇଥିଲେ।

ଖବର ପାଇ କୋଟପାଡ ପୋଲିସ ଉକ୍ତ ଲୁଟେରାକୁ ଧରିବା ପାଇଁ ୬୩ ନମ୍ବର ଜାତୀୟ ରାଜପଥ ରେ ୧୫ ରୁ ୨୦ କିଲୋମିଟର ପର୍ଯ୍ୟନ୍ତ ପିଛା କରିଥିଲେ। ହେଲେ ଦୁର୍ବୃତ୍ତ ମାନେ କୋଟପାଡରୁ ବୋରିଗୁମ୍ମା ଦେଇ ବାଇକରେ ଦୃତ ଗତିରେ ଯାଉଥିଲେ । ପଛପଟୁ ପୋଲିସ ଗାଡିକୁ ଦେଖି ନୂଆ ଗାଁ ଠାରୁ ଏକ ସରୁ କେନାଲ ରାସ୍ତା ଦେଇ ପଳାଇଯାଇଥିଲେ।

ପୋଲିସ ଉକ୍ତ ଦୁବୃର୍ତ୍ତ କୁ ଧରିବା ପାଇଁ ଯିବା ବେଳେ ପୋଲିସ ଗାଡି ରାସ୍ତାରେ ଓଲଟି ପଡ଼ିଥିଲା । ଫଳରେ କୋଟପାଡ ଥାନା ଅଧିକାରୀ ଶେଷ ଦେବ ବେହେରା ଗୁରୁତର ହୋଇପଡ଼ିଥିବା ଜଣାପଡ଼ିଛି। ତାଙ୍କୁ ବୋରିଗୁମ୍ମା ମେଡିକାଲରେ ଭର୍ତି କରାଯାଇଛି । ଅଣ୍ଟାରେ ଗଭୀର ଆଘାତ ଲାଗିବା କାରଣରୁ ଜୟପୁର ଜିଲ୍ଲା ମେଡିକାଲକୁ ସ୍ତାନାନ୍ତର କରାଯାଇଛି।

ଅନ୍ୟପଟେ ଦୁବୃତ୍ତ ମାନେ ଟଙ୍କା ଲୁଟ କରିବା ସମୟରେ ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଥିବା ଜଣାପଡ଼ିଛି । ସେପଟେ କୋଟପାଡ ଓ ବୋରିଗୁମ୍ମା ପୋଲିସ ୬୩ ନମ୍ବର ଜାତୀୟ ରାଜପଥ ର ଅନେକ ଛକରେ ଯାଞ୍ଚ କରାଯାଉଥିବା ବୋରିଗୁମ୍ମା ଏସଡିପିଓ ହରେକୃଷ୍ଣ ମାଝୀ ସୂଚନା ଦେଇଛନ୍ତି।

Comments are closed.