Latest Odisha News

BREAKING NEWS

ମାଗଣାରେ ମଦ ନେବା ପାଇଁ ଯୁବକଙ୍କ ଉନ୍ମତ୍ତ କାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱରର ଏକ ମଦ ଦୋକାନରେ ରବିବାର ରାତିରେ ଅତି କମରେ ପାଞ୍ଚ ଜଣ ଦୁବୁର୍ତ୍ତ ମାଗଣାରେ ମଦ ବୋତଲ ନେବା ପାଇଁ ହଙ୍ଗାମା କରିଥିବା ଅଭିଯୋଗ ହୋଇଛି।

ଲକ୍ଷ୍ମୀ ସାଗର ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡିଛି। ପାଞ୍ଚ ଜଣ ଯୁବକ ଏକ ମଦ ଦୋକାନରେ ପ୍ରବେଶ କରି ମଦ ନେବାକୁ ଉଦ୍ୟମ କରିଥିଲେ।

ସିସିଟିଭିରେ ଏହି ଗଣ୍ଡଗୋଳ ବେଳର ଚିତ୍ର କଏଦ ହୋଇଥିବା ବେଳେ କାଚ ସାମଗ୍ରୀ ନଷ୍ଟ ହୋଇଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି। ପ୍ରାୟ ୧୫ ମିନିଟ୍ ପରେ ଯୁବକମାନଙ୍କୁ ଦୋକାନର କର୍ମଚାରୀମାନେ ଘଉଡାଇ ଦେଇଥିବା ଜଣାପଡିଛି।

ଏହି ଘଟଣାରେ ଲକ୍ଷ୍ମୀ ସାଗର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସର ସୂଚନାନୁସାରେ, ଏହି ମାମଲାରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ଏବଂ ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରାଯିବ।

Comments are closed.