Latest Odisha News

ଡିଏଭି କଲେଜ ଛାତ୍ରୀଙ୍କୁ ଦୁର୍ବୃତ୍ତଙ୍କ ଗଳାକାଟି ହତ୍ୟା ଉଦ୍ୟମ

ବଲାଙ୍ଗୀର: ଟିଟିଲାଗଡ଼ସ୍ଥିତ ଡିଏଭି କଲେଜର ଜଣେ ଛାତ୍ରୀଙ୍କୁ ଏକ ନିଛାଟିଆ ସ୍ଥାନରେ ୩ ଜଣ ବାଇକ୍ ଆରୋହୀ ଦୁର୍ବୃତ୍ତ ରେଜରରେ ଗଳା କାଟି ହତ୍ୟା କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅଞ୍ଚଳର ପ୍ରିୟମ୍ବଦା ମାଝୀ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଟିଟିଲାଗଡ଼ ବହିଦରପଡ଼ାସ୍ଥିତ ଏକ ଭଡ଼ା ଘରୁ କଲେଜ କୁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ସେମାନେ ତାଙ୍କ ପାଖରେ ଥିବା ୫୦୦ ଟଙ୍କା ମଧ୍ୟ ଛଡ଼ାଇ ନେଇଥିଲେ। ସ୍ଥାନୀୟ ଲୋକେ ନାବାଳିକାଙ୍କୁ ଦେଖି ଡିଏଭି କଲେଜ ଅଧ୍ୟକ୍ଷ ପ୍ରଣବ ପୁରୋହିତଙ୍କୁ ଖବର ଦେବା ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅନ୍ୟପକ୍ଷରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.