Latest Odisha News

BREAKING NEWS

ପାର୍କିଂରେ ଥୁଆ ହୋଇଥିବା ୨ଟି କାର୍ ସହ ୬ଟି ବାଇକ୍ ଜାଳିଦେଲେ ଦୁର୍ବୃତ୍ତ

ଭବାନୀପାଟଣା: ଭବାନୀପାଟଣା ସହରର ଇରିଗେସନ୍ କଲୋନୀରେ ୮ଟି ଗାଡ଼ି ଜାଳି ଦେଇଛନ୍ତି ଦୁର୍ବୃତ୍ତ । ବିଳମ୍ବିତ ରାତିରେ ୨ଟି କାର୍ ସହ ୮ଟି ବାଇକକୁ ଦୁର୍ବୃତ୍ତ ପୋଡ଼ି ଦେଇଛନ୍ତି । ଗାଡ଼ିରେ ନିଆଁ ଲଗାଇବା ସହ ଦୁର୍ବୃତ୍ତ ପାର୍କିଂରେ ଲାଗିଥିବା ସିସିଟିଭିକୁ ଅଚଳ କରି ଦେଇଛନ୍ତି ।

ଏନେଇ ଭବାନୀପାଟଣା ଥାନାରେ ଗାଡ଼ି ମାଲିକ ଏତଲା ଦେଇଛନ୍ତି । ତେବେ ବିଳମ୍ବିତ ରାତିରେ କିଏ, କେଉଁ କାରଣ ପାଇଁ ଏଭଳି ଭାବେ ଗାଡ଼ି ଗୁଡ଼ିକୁ ଜାଳି ଦେଲା ଜଣାପଡ଼ି ନାହିଁ । ଦୁର୍ବୃତ୍ତଙ୍କୁ ଧରିବା ଲାଗି ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.