Latest Odisha News

BREAKING NEWS

ବାହୁଡା ଅଘଟଣ: ରଥ ଦଉଡ଼ି ଛିଣ୍ଡି ଆହତ ହୋଇଥିବା ଭୋଇ ସେବକଙ୍କ ମୃତ୍ୟୁ

ପୁରୀ: ମହାପ୍ରଭୁଙ୍କ ପବିତ୍ର ବାହୁଡାବେଳେ ରଥ ଦଉଡି ଛିଣ୍ଡ ଆହତ ହୋଇଥିବା ଭୋଇ ସେବକଙ୍କର ମୃତ୍ୟୁ ଘଟିଛି ।   ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି । ବଳଭଦ୍ରଙ୍କ ରଥ ଦଉଡ଼ି ଛିଡ଼ି ଗୁରୁତର ଥିବା ଭୋଇ ସେବକ ଗୁରୁତର ହୋଇଥିଲେ ।  ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୁରୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ  ଭୁବନେଶ୍ୱର ଏମ୍‌ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।  !ଆଜି  ଚିକିତ୍ସାଧୀନ ଅବସ୍ଥାରେ  ତାଙ୍କର ମୃତ୍ୟୁ ଘଟିଛି ।

 ମୃତ ଭୋଇ ସେବକଙ୍କ ନାଁ ନକୁଳ ଭୋଇ ।  ବାହୁଡ଼ା ଦିନ ସେ ଗୁରୁତର ହୋଇଥିଲେ  । ବାହୁଡା ଦିନ ବଳଭଦ୍ରଙ୍କ ତାଳଧ୍ୱଜ ରଥ ସୁରୁଖୁରରେ ଆସି ସିଂହଦ୍ୱାରରେ ଲାଗି ଯାଇଥିଲା ।  ହେଲେ ତା ପୂର୍ବରୁ ମାର୍କେଟ ଛକ ନିକଟରେ ଘଟିଥିଲା ଅଘଟଣ । ବଳଭଦ୍ରଙ୍କ  ରଥଟଣା ଚାଲିଥିବାବେଳେ ହଠାତ ଦଉଡି ଛିଣ୍ଡି ଯାଇଥିଲା । ଫଳରେ ଜଣେ ଭୋଇ ସେବାୟତଙ୍କ ସମେତ ୬ ଜଣ ଆହତ ହୋଇଥିଲେ ।

ଅନ୍ୟପକ୍ଷେ  ସେଦିନ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ରଥଟାଣୁଥିବାବେଳେ ଗରମ ଓ ଗୁଳୁଗୁଳିରେ ଅଣନିଃଶ୍ୱାସୀ ହୋଇପଡିଥିଲେ । ଭିଡି ଭିତରେ ପ୍ରାୟ ୮ ଜଣ ଭକ୍ତ ଶ୍ୱାସରୁଦ୍ଧ ହୋଇ ଅସୁସ୍ଥ ହୋଇପଡିବାରୁ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Leave A Reply

Your email address will not be published.