Latest Odisha News

ମିଶ୍ରିରେ ରହିଛି ଔଷଧୀୟ ଗୁଣ, ଜାଣିବା ଶରୀର ପାଇଁ କେତେ ହିତକର

ମିଶ୍ରି ପାଟିକୁ ଯେତିକି ମିଠା, ଶରୀର ପାଇଁ ମଧ୍ୟ ସେତିକି ଉପକାରୀ। ମିଶ୍ରି ସେବନ ଦ୍ୱାରା ଅନେକ ରୋଗ ଭଲ ହୋଇଥାଏ। ମିଶ୍ରିକୁ ପଥର ଚିନି ମଧ୍ୟ କୁହାଯାଏ। ଆୟୁର୍ବେଦରେ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ। ମିଶ୍ରିକୁ ପ୍ରସ୍ତୁତ କରିବା ପାଇଁ ଆଖୁ କିମ୍ବା ଖଜୁରୀ ରସକୁ ବ୍ୟବହାର କରାଯାଏ। ମିଶ୍ରିରେ ଔଷଧୀୟ ଗୁଣ ଭରପୁର ମାତ୍ରାରେ ରହିଛି। ତେଣୁ ଏହା ସ୍ୱାସ୍ଥ୍ୟକୁ ସୁସ୍ଥ ରଖେ। ମିଶ୍ରିକୁ ଆମେ ଅନେକ ଉପାୟରେ ବ୍ୟବହାର କରୁ। ଏହା ଅନେକ ପ୍ରକାରର ମିଠା ଖାଦ୍ୟରେ ମଧ୍ୟ ବ୍ୟବହୃତ ହୁଏ। ପାଟି ଦୁର୍ଗନ୍ଧରୁ ମୁକ୍ତି ପାଇବା ପାଇଁ ପାନମଧୂରୀ ଏବଂ ମିଶ୍ରିକୁ ମିଶାଇ ଖିଆଯାଏ। ତେବେ ଆସନ୍ତୁ ଜାଣିବା ମିଶ୍ରିର କେତେକ ଉପକାରୀ ଗୁଣ ବିଷୟରେ।

ଥଣ୍ଡା, କାଶରୁ ମୁକ୍ତି ଦିଏ ମିଶ୍ରି-
ଶୀତଦିନେ ଅନେକ ଥଣ୍ଡା, ଜ୍ୱର ଓ କାଶ ଭଳି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏହି ସବୁ ଥଣ୍ଡାଜନିତ ରୋଗରୁ ଉପଶମ ପାଇବା ପାଇଁ ମିଶ୍ରି ଗୁଣ୍ଡକୁ ଗୋଲମରିଚ ଗୁଣ୍ଡ ଓ ଘିଅ ସହ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ରାତି ସମୟରେ ଖାଆନ୍ତୁ। ଏହାଦ୍ୱାରା ଥଣ୍ଡା କାଶରୁ ମୁକ୍ତି ମିଳିଥାଏ। ଏହା ବ୍ୟତୀତ ଶୁଖିଲା କାଶରୁ ମୁକ୍ତି ପାଇବା ପାଇଁ ମିଶ୍ରି ଦାନାକୁ ପାଟିରେ ରଖି ଧିରେ ଧିରେ ଚୋବାନ୍ତୁ।

ଗରମରୁ ମୁକ୍ତି ପାଇବା-
ମିଶ୍ରିର ପ୍ରଭାବ ଥଣ୍ଡା ଅଟେ। ଆପଣ ଗ୍ରୀଷ୍ମ ସମୟରେ ମିଶ୍ରି ପାଣି ପିଇପାରିବେ। ଥଣ୍ଡା ପାଣିରେ ମିଶ୍ରି, ଲେମ୍ବୁ ରସ ,ଚିନି, କଳା ଲୁଣ ମିଶାଇ ଏହି ସର୍ବତ ପ୍ରସ୍ତୁତ କରିପାରିବେ। ଏହା ପେଟକୁ ଥଣ୍ଡା, ମନକୁ ଶାନ୍ତି ରଖିବା ସହ ଶରୀରକୁ ଇନଷ୍ଟାଣ୍ଟ ଏନର୍ଜି ଯୋଗାଇଥାଏ।

ଝାଡା ଏବଂ ବାନ୍ତି ହେଉଥିଲେ-
ଏସିଡିଟି ଯୋଗୁଁ ଅନେକ ଥର ଝାଡା, ବାନ୍ତି ହୁଏ। ଏଭଳି ପରିସ୍ଥିତିରେ ଆପଣ ମିଶ୍ରି ଦାନା ପାଟିରେ ଜାକି ପାରିବେ। ଏହାଦ୍ୱାରା ଆପଣଙ୍କ ବାନ୍ତି ହେବା ଭଳି ଅନୁଭବକୁ ଦୂର କରିବ।

ହିମୋଗ୍ଲୋବିନ ସ୍ତର ବୃଦ୍ଧି କରେ-
ଶରୀରରେ ହିମୋଗ୍ଲୋବିନର ସ୍ତର କମ ହେବା ଦ୍ୱାରା ରକ୍ତର ଅଭାବ ଦେଖାଦେଇଥାଏ। ଯାହା ଫଳରେ କିଛି କାମ ନକରି ମଧ୍ୟ ଥକା ଲାଗିଥାଏ। ଏପରିକି ଶରୀର ଦୁର୍ବଳ ଲାଗେ। ମିଶ୍ରି ଏହି ସମସ୍ତ ସମସ୍ୟାକୁ ସମାଧାନ କରିଥାଏ। ନିୟମିତ ମିଶ୍ରି ଖାଇବା ଦ୍ୱାରା ଶରୀରରେ ହିମୋଗ୍ଲୋବିନ ସ୍ତର ବୃଦ୍ଧି ପାଇଥାଏ ଓ ରକ୍ତ ସଞ୍ଚାଳନ ଠିକ ହୋଇଥାଏ।

ଖାଦ୍ୟ ହଜମ କରେ-
ଖାଦ୍ୟ ଖାଇବା ପରେ ପାନମହୁରୀ ସହ ମିଶ୍ରି ଖାଇଲେ ଖାଦ୍ୟ ଭଲ ହଜମ ହୁଏ।

ଶରୀରକୁ ଶକ୍ତି ଯୋଗାଏ-
ମିଶ୍ରି ଖାଇଲେ ଶରୀରରୁ ଶକ୍ତି ମିଳିଥାଏ। ପ୍ରତିଦିନ ସକାଳେ ମିଶ୍ରି ପାଣି ପିଇଲେ ପେଟ ଥଣ୍ଡା ରହିଥାଏ।

ନାକରୁ ରକ୍ତ ପଡୁଥିଲେ-
ଅନେକ ଲୋକଙ୍କ ନାକରୁ ରକ୍ତ ପଡିବା ସମସ୍ୟା ରହିଛି। ମିଶ୍ରି ଖାଇବା ଦ୍ୱାରା ଏହି ସମସ୍ୟା କିଛିକାଂଶରେ ଦୂର ହୋଇଥାଏ।

ମାନସିକ ସ୍ୱାସ୍ଥ୍ୟ-
ମିଶ୍ରି ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ଭଲ। ମିଶ୍ରି ଆପଣଙ୍କକ ମାନସିକ ଚାପକୁ ହ୍ରାସ କରେ। ରାତିରେ ଶୋଇବା ପୂର୍ବରୁ ଆପଣ କ୍ଷୀର ସହିତ ମିଶ୍ରି ମିଶାଇ ସେବନ କରିପାରିବେ। ଏହା ଆପଣଙ୍କ ମନକୁ ଶାନ୍ତ କରିଥାଏ। ମିଶ୍ରି ଖାଇବା ଦ୍ୱାରା ଭଲ ନିଦ ହୁଏ।

Leave A Reply

Your email address will not be published.