Latest Odisha News

BREAKING NEWS

ଭିସୁଟ କ୍ୟାମ୍ପସରେ ଗଡ଼ିବନି ଗାଡ଼ି; ବିଜ୍ଞପ୍ତ ଜାରି କଲେ କର୍ତ୍ତୃପକ୍ଷ

ସମ୍ବଲପୁର: ବୁର୍ଲା ଭିସୁଟ ହେବ ନୋ ଭେଇକିଲ ଜୋନ । କ୍ୟାମ୍ପସରେ ଗାଡି ଚଳାଚଳ ନେଇ କଟକଣା ଜାରି କରିଛନ୍ତ ୟୁନିଭର୍ସିଟି କର୍ତ୍ତୃପକ୍ଷ । ସମ୍ବଲପୁର ବୁର୍ଲା ଭିସୁଟ୍ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମନା ଗାଡ଼ି ।

ଏକ ବିଜ୍ଞପ୍ତ ଜାରି କରି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି,  ପୁରା ୟୁନିଭର୍ସିଟି ପରିସରରେ କୌଣସି ବି ଯାନବାହନ ଚଳାଚଳ କରିବନିା  । ଏପରିକି ଦୁଇ  ଓ ଚାରି ଚକିଆ ଗାଡ଼ି ଯେପରି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ଭିତରେ ଚାଲିବନି ସେ ନେଇ ମଧ୍ୟ କଟକଣା ଜାରି କରାଯାଇଛି । ଖାଲି କଲେଜ ନୁହେଁ, ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ମଧ୍ୟ ଗାଡି ଚଳାଇ ପାରିବେନି ।  ଦୁର୍ଘଟଣା ରୋକିବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏପରି ପଦକ୍ଷେପ ନିଆ ଯାଇଥିବା କୁହାଯାଇଛି ।

ରାସ୍ତ ଦୁର୍ଘଟଣାରେ ଦୁଇଜଣ ଛାତ୍ରଙ୍ ମୃତ୍ୟୁ ଘଟିବା ପରେ ସଚେତନ ହୋଇଛନ୍ତି କର୍ତ୍ତୃପକ୍ଷ । ଏହି ନିୟମକୁ କଡାକଡି ଭାବେ ପାଳନ କରାଯିବ । ଉଲ୍ଲଘଂନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କୁହାଯାଇଛି ।

ବିଜ୍ଞପ୍ତିରେ କୁହାଯାଇଛି, ଏହି ନିୟମ ନ ମାନିଲେ ଦଣ୍ଡିତ ହେବ । ଏ ବାବଦରେ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ଅବଗତ କରାଯିବ । ଯେଉଁମାନଙ୍କ ପାଖରେ ବାଇକ କିମ୍ବା କାର ଥିବ ତାହା ଫେରାଇ ନିଆଯିବ ବୋଲି କହଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ।

 

 

Leave A Reply

Your email address will not be published.