ମୁମ୍ଵାଇ: ମିସ୍ ଇଣ୍ଡିଆ USA ୨୦୨୪ ମୁକୁଟ ପିନ୍ଧିଲେ ଭାରତୀୟ ବଂଶଜ କ୍ୟାଟଲିନ୍ ସାନ୍ଦ୍ରା ନୀଲ। ମିସ୍ ଇଣ୍ଡିଆ USA ୨୦୨୪ ବିଜୟର ମୁକୁଟ ଭାରତୀୟ-ଆମେରିକୀୟ କ୍ୟାଟଲିନ୍ ସାନ୍ଦ୍ରା ନୀଲଙ୍କ ମୁଣ୍ଡରେ ପିନ୍ଧାଯାଇଛି। କ୍ୟାଟଲିନ୍ ଚେନ୍ନାଇରେ ଜନ୍ମଗ୍ରହଣ କରିଥିବା ଭାରତୀୟ ମୂଳ ଆମେରିକୀୟ ଟିନଏଜର। ତାଙ୍କର ବୟସ ମାତ୍ର ୧୯ ବର୍ଷ।
ମିସ୍ ଇଣ୍ଡିଆ ୟୁଏସ୍ ୨୦୨୪ ନ୍ୟୁ ଜର୍ସିରେ ଆୟୋଜିତ ହୋଇଥିଲା । କ୍ୟାଟଲିନ୍ ଗତ ୧୪ ବର୍ଷ ଧରି ଆମେରିକାରେ ରହିଆସୁଛନ୍ତି। ସେ ଜଣେ ୱେବ୍ ଡିଜାଇନର୍ ହେବାକୁ ଚାହୁଁଛନ୍ତି। ଏହା ବ୍ୟତୀତ ସେ ଜଣେ ମଡେଲ୍ ଏବଂ ଅଭିନୟ ମଧ୍ୟ କରନ୍ତି। କ୍ୟାଟଲିନ୍ ସାନ୍ଦ୍ରା ନୀଲ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ବର୍ଷର ଛାତ୍ରୀ।
ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କ୍ୟାଟଲିନ୍ କହିଛନ୍ତି ଯେ ସେ ତାଙ୍କ ସମ୍ପ୍ରଦାୟ ଉପରେ ସକରାତ୍ମକ ପ୍ରଭାବ ପକାଇବାକୁ ଚାହୁଁଛନ୍ତି ଏବଂ ମହିଳା ସଶକ୍ତିକରଣ ଏବଂ ସାକ୍ଷରତା ଉପରେ ମଧ୍ୟ ଧ୍ୟାନ ଦେବାକୁ ଚାହୁଁଛନ୍ତି। ମିସ୍ ଇଣ୍ଡିଆ ୟୁଏସ୍ ପ୍ରତିଯୋଗିତାରେ ଇଲିନୋଇସର ନିରାଲୀ ଦେଶିଆ ଏବଂ ନ୍ୟୁ ଜର୍ସିର ମାନିନୀ ପଟେଲଙ୍କୁ ପ୍ରଥମ ରନର୍ ଅପ୍ ଏବଂ ଦ୍ୱିତୀୟ ରନର୍ ଅପ୍ ଘୋଷିତ କରାଯାଇଥିଲା। ବର୍ଜିନିଆର ସପନା ମିଶ୍ରା ଏବଂ କନେକ୍ଟିକଟ୍ ଚିନ୍ମୟ ଅୟାଚିତ ମିସେସ୍ ଇଣ୍ଡିଆ ୟୁଏସ୍ ପ୍ରତିଯୋଗିତାରେ ପ୍ରଥମ ଏବଂ ଦ୍ୱିତୀୟ ରନର୍ ଅପ୍ ହୋଇଥିଲେ।