Latest Odisha News

BREAKING NEWS

ଚର୍ଚ୍ଚାରେ ମିସ୍ ୟୁନିଭର୍ସଙ୍କ ଗାଉନ୍

ନୂଆଦିଲ୍ଲୀ : ମିସ୍ ୟୁନିଭର୍ସ ଥାଇଲ୍ୟାଣ୍ଡ -୨୦୨୨ ଆନା ସୁଏଙ୍ଗମ୍-ଇୟାମ ଏବେ ଚର୍ଚ୍ଚାରେ । ସୋଡା ଡ୍ରାଫ୍ଟ କ୍ୟାନ ପୁଲ ଟ୍ୟାବରେ ନିର୍ମିତ ଏକ ଚମତ୍କାର ଗାଉନ୍ ପିନ୍ଧି ଚର୍ଚ୍ଚାରେ ରହିଛନ୍ତି ଏନା । ଏହି ‌ଗାଉନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜାନୁଆରୀ ୧୨ ତାରିଖ ରାତିରେ ମିସ୍ ୟୁନିଭର୍ସ ଥାଇଲ୍ୟାଣ୍ଡ-୨୦୨୨ର ଉଦଘାଟନୀ ପ୍ରତିଯୋଗିତା ରାଉଣ୍ଡରେ ଅଦରକାରୀ ସାମଗ୍ରୀରେ ପ୍ରସ୍ତୁତ ଏକ ଗାଉନ ପିନ୍ଧିଥିଲେ ମଡେଲ ଏନା ।

ଯେଉଁ ଗାଉନ ଏବେ ସାରା ବିଶ୍ୱରେ ଚର୍ଚ୍ଚାରେ ରହିଛି। ମିସ୍ ୟୁନିଭର୍ସ ଥାଇଲ୍ୟାଣ୍ଡର ଅଫିସିଆଲ୍ ଇନଷ୍ଟାଗ୍ରାମ ପେଜ୍‌ରେ ମଧ୍ୟ ଆନାଙ୍କ ଇଭିନିଂ ଗାଉନକୁ ନେଇ ଆଲୋଚନା କରାଯାଇଛି। ଏହା ଛଡ଼ା , “ହିଡନ ପ୍ରିସିୟସ ଡାଇମଣ୍ଡ ଡ୍ରେସ’କୁ ‌ଫ୍ୟାସନ କମ୍ପାନି ମନିରାତ ଡିଜାଇନ୍ କରିଛି। ଥାଇ କମ୍ପାନିର ଡିଜାଇନର୍ ଆରିଫ୍ ଜେହୱାଙ୍ଗ ଆନାଙ୍କ ସରଳ ଜୀବନଶୈଳୀରେ ପ୍ରଭାବିତ ହୋଇ ପୁନଃବ୍ୟବହାର କରାଯାଉଥିବା ସାମଗ୍ରୀରୁ ଏକ କ୍ଲାସିକ୍ ମାଷ୍ଟରପିସ୍ ତିଆରି କରିବା ପାଇଁ ପ୍ରଭାବିତ ହୋଇଥିଲେ। ହେଲେ ପୋଷ୍ଟର କ୍ୟାପସନରେ ଲେଖା ହୋଇଛି, “ଆପଣଙ୍କୁ ଏହି ଅନ୍ଧକାର ପରିବେଶରେ ଫଶିବା ଦରକାର ନାହିଁ,  ଯେଉଁଠି ଆପଣଙ୍କ ଜନ୍ମ ହୋଇଛି।

କିନ୍ତୁ ବିଶ୍ୱାସ ରଖନ୍ତୁ ଯେ ଆପଣଙ୍କ ଜୀବନକୁ ଭଲରେ ପରିବର୍ତ୍ତନ କରିବାର ଶକ୍ତି ରହିଛି।” ତେବେ ସେ ଯାହାବି ହେଉ ମିସ୍ ୟୁନିଭର୍ସ ଥାଇଲ୍ୟାଣ୍ଡ-୨୦୨୨, ଆନା ସୁଏଙ୍ଗମ୍-ଇୟାମ ତାଙ୍କ ଭିତରେ ଥିବା ଆତ୍ମବିଶ୍ବାସ ହେତୁ ସେ ଆଜି ଜୀବନରେ ବଡ଼ ସଫଳତା ପାଇପାରିଛନ୍ତି। ଥାଇଲ୍ୟାଣ୍ଡ ବିୟୁଟିଙ୍କ ଏହି ଗାଉନକୁ ଦେଖିବା ପ‌ରେ ସୋସିଆଲ ମିଡିଆ ବ୍ୟବହାରକାରୀ ଏହାକୁ ବହୁତ ପ୍ରଶଂସା କରିଛନ୍ତି।

 

 

Leave A Reply

Your email address will not be published.