Latest Odisha News

BREAKING NEWS

କାଲିଫର୍ଣ୍ଣିଆରେ ତାଣ୍ଡବ ରଚିଛି ଘୂର୍ଣ୍ଣିବଳୟ, ୧୯ ଜଣଙ୍କର ମୃତ୍ୟୁ

ଆମେରିକା: ଆମେରିକାର କାଲିଫର୍ନିଆରେ  ତାଣ୍ଡବ ରଚିଛି ବାତ୍ୟା । ଏହି ପ୍ରାକୃତିକ ବିପର୍ଯ୍ୟୟରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବନ୍ୟାରେ ଅନେକ ଘର ନଷ୍ଟ ହୋଇଯାଇଛି। ଜାତୀୟ ପାଣିପାଗ ସେବା ପୂର୍ବାନୁମାନ କରିଛି ଯେ ଆଗାମୀ ଦିନରେ ପୁଣି ଦୁଇଟି ଝଡ-ତୋଫାନ ଆତଙ୍କ ସୃଷ୍ଟି କରିପାରେ।

ତେବେ ଏହି  ବାତ୍ୟା ଯୋଗୁ ଏ ପର୍ଯ୍ୟନ୍ତ ଏହି ପ୍ରାକୃତିକ ବିପର୍ଯ୍ୟୟରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ପ୍ରଶାସନ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଛି।  ସାଲିନାସ୍ ନଦୀର ଜଳ ସ୍ତର ବୃଦ୍ଧି ପାଇବା ପରେ, ଏଠାକାର ପ୍ରାୟ ୨୪,୦୦୦ ଲୋକଙ୍କୁ ଏକ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ  କର୍ତ୍ତୃପକ୍ଷ ବ୍ୟବସ୍ଥା କରିଥିଲେ।

ଗତ ସପ୍ତାହରେ କାଲିଫର୍ଣ୍ଣିଆରେ ବନ୍ୟା ଆସିବା ପରେ ୨୨୦,୦୦୦ ରୁ ଅଧିକ ଘର ଏବଂ ବ୍ୟବସାୟ ବିଦ୍ୟୁତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଫଳରେ ହଜାର ହଜାର ଉପଭୋକ୍ତା ବିଦ୍ୟୁତ ସଂଯୋଗରୁ ବଞ୍ଚିତ ହୋଇଛନ୍ତି । ଖରାପ ପାଗ ଯୋଗୁଁ ବନ୍ୟା ପରସ୍ଥିତି ସୃଷ୍ଟି ହେବା ସହ  ଭୂସ୍ଖଳନ ଖବର ମିଳିଛି । ସ୍ଥାନେ ସ୍ଥାନେ ପଥର ମଧ୍ୟ ଖସିବାରେ ଲାଗିଛି । ରାସ୍ତାଗୁଡ଼ିକ ଜଳମଗ୍ନ ହୋଇ ରହିଛି।

Leave A Reply

Your email address will not be published.