Latest Odisha News

BREAKING NEWS

ବିବାହ କରିବେ ମିସ ୟୁନିଭର୍ସ

ମୁମ୍ବାଇ: ସେ ବଲିଉଡ କଳାକାର  ହେଉ କି ଟଲିଉଡ ର କଳାକାର ସେମାନେ ନିଜର ନିଆରା କାମକୁ ନେଇ ସୋସିଆଲ ମିଡିଆ ରେ ସବୁବେଳେ ସକ୍ରିୟ ଥାଆନ୍ତି । ସେହିପରି ବର୍ତ୍ତମାନ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ ଏବେ ନିଜର ଏକ ମନ୍ତବ୍ୟକୁ ନେଇ ବେସ୍ ଚର୍ଚ୍ଚା ରେ ଅଛନ୍ତି । ତାଙ୍କର ଅଭିନୟର ଯାଦୁ ଶେଷଥର ପାଇଁ ୱେବ୍ ସିରିଜ୍ ତାଲି ଏବଂ ଆର୍ଯ୍ୟ ୩ ରେ ଦେଖିବାକୁ ମିଳିଥିଲା । ଯାହା ପାଇଁ ଅନେକ ଲାଇମଲାଇଟ୍ ହାସଲ ମଧ୍ୟ କରିଥିଲେ।କେବଳ ଅଭିନୟ ଜଗତରେ ନୁହେଁ ସେ ତାଙ୍କ ପର୍ସନାଲ ଲାଇଫ୍ କୁ ନେଇ ସର୍ବଦା ଚର୍ଚ୍ଚାରେ ଥାଆନ୍ତି। ସୁସ୍ମିତା ସେନଙ୍କ ପ୍ରଶଂସକମାନଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ସୁସ୍ମିତା  ବିବାହ କରିବେ କେବେ । ନିକଟରେ ଅଭିନେତ୍ରୀ ଏକ ସାକ୍ଷାତକାରରେ ତାଙ୍କ ବିବାହ ପ୍ଲାନିଂ ବିଷୟରେ କହିଛନ୍ତି । ସେ କହିଥିଲେ ଯେ ତାଙ୍କ ଲଭ୍ ଲାଇଫ ସଦା ସର୍ବଦା ଏକ ଖୋଲା ବହି ପରି ।

ବିବାହ କରିବେ କି ନାଇଁ ପଚରା ଯିବାରୁ ସେ କହିଛନ୍ତି ଯେ ହଁ ମୁ ବିବାହ କରିବି। ଯଦି ସଠିକ ବ୍ୟକ୍ତି ମିଳେ ଏବଂ ସେ ମୋର ସମସ୍ତ ଇଚ୍ଛା ପୂରଣ କରିପାରିବେ ତେବେ ମୁଁ ନିଶ୍ଚିତ ଭାବରେ ବିବାହ କରିବି। ସୁସ୍ମିତା ତାଙ୍କ ବୟଫ୍ରେଣ୍ଡ ରୋହମାନଙ୍କ ସହ  ଦୀର୍ଘ ଦିନ ଧରି ସମ୍ପର୍କରେ ଥିଲେ। ଏହି କପଲ ୨୦୨୧ରେ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ବ୍ରେକଅପ୍ ଘୋଷଣା ମଧ୍ୟ କରିଥିଲେ। କିନ୍ତୁ ବର୍ତମାନ ଦୁହେଁ  ଏକାଠି ଦେଖାଯାଉଛନ୍ତି । ଅଭିନେତ୍ରୀଙ୍କୁ ପଚରାଗଲା ଆପଣ ବିବାହ ପରେ  ପୂର୍ବ ପ୍ରେମିକଙ୍କ ସହ ସମ୍ପର୍କ ରଖିବେ କି  ସେ ଉତ୍ତର ରେ କହିଥିଲେ ଯେ ହଁ ରଖିବି ନିଶ୍ଚିତ ଭାବରେ। ସେ କହିଥିଲେ ଏଥିରେ କିଛି କଥା ନାହିଁ। ବହୁତ ଲୋକ ଅଛନ୍ତି ଯିଏ ନିଜ ଏକ୍ସଙ୍କ ସହ ସଂପର୍କରେ ରୁହନ୍ତି। କିନ୍ତୁ ସେମାନେ ନିଜର ସୀମା କଣ ଜାଣନ୍ତି ନାହିଁ।ଯାହା ଦ୍ୱାରା ସେମାନଙ୍କର ସଂପର୍କ ଖରାପ ହୁଏ ।

Leave A Reply

Your email address will not be published.