Latest Odisha News

BREAKING NEWS

ବିଜେଡିରେ ମିଶିଲେ ଡାକ୍ତର ଦେବାନନ୍ଦ ମହାପାତ୍ର

ଭୁବନେଶ୍ବର: ବିଜେଡିରେ ଯୋଗଦେଲେ ବିଶିଷ୍ଟ ବ୍ୟକ୍ତି ସୁପରିଚିତ ଡାକ୍ତର ଦେବାନନ୍ଦ ମହାପାତ୍ର । ଆଜି ଶଙ୍ଖ ଭବନରେ ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ମିଶିଲେ ଡାକ୍ତର ଦେବାନନ୍ଦ । ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ସେ ବିଜେଡିରେ ମିଶିଛନ୍ତି ।

ଦେବାନନ୍ଦ ମହାପାତ୍ରଙ୍କ ଘର କଟକ ଚୌଦ୍ୱାର । ସେ ଏସସିବି ମେଡିକାଲ ପିଜି ଡାକ୍ତର ସଙ୍ଘ ପୂର୍ବତନ ସଭାପତି ହେବା ସହ ଆଇଏମଏ ର ପୂର୍ବତନ ଉପସଭାପତି ଥିଲେ । ୩୦ ବର୍ଷର ଡାକ୍ତରୀ ଜୀବନରେ ଦେବାନନ୍ଦ ସମାଜ ସେବା ଓ ଓଡିଶାବାସୀଙ୍କ ପାଇଁ ନିଜକୁ ସମର୍ପଣ କରିଛନ୍ତି । କୋଭିଡ ସମୟରେ ବହୁତ ଭଲ କାମ କରିଥିଲେ ।

ବିଜେଡିରେ ମିଶିବା ପରେ ଦେବାନନ୍ଦ ମହାପାତ୍ର କହିଲେ ବିଜେଡିରେ ଛୋଟ କର୍ମୀ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛି । ନବୀନ ପଟ୍ଟନାୟକ ଦିନ ରାତି ପରିଶ୍ରମ କରି ଓଡିଶା ପାଇଁ କିଛି ନା କିଛି ନୂଆ କାମ କରୁଛନ୍ତି ।

Leave A Reply

Your email address will not be published.