Latest Odisha News

BREAKING NEWS

ବିଶ୍ୱ ସୁନ୍ଦରୀ ୨୦୧୯: ବିଜୟ ମୁକୁଟ ପିନ୍ଧିଲେ ଟୋନୀ-ଆନ୍, ୩ୟ ସ୍ଥାନରେ ଭାରତ ସୁନ୍ଦରୀ

ଲଣ୍ଡନ: ଲଣ୍ଡନରେ ଆୟୋଜିତ ବିଶ୍ୱ ସୁନ୍ଦରୀ ୨୦୧୯ ପ୍ରତିଯୋଗୀତାରେ ବିଜୟ ମୁକୁଟ ପିନ୍ଧିଛନ୍ତି ଜାମାଇକାର ଟୋନୀ-ଆନ୍ ସିଂହ ।

ଏହି ପ୍ରତିଯୋଗୀତାର ୨ୟ ରନର-ଅପ୍ ଭାରତ ସୁନ୍ଦରୀ ସୁମନ ରାଓ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଛନ୍ତି ଫ୍ରାନ୍ସର ଓଫେଲି ମେଜିନୋ ।

ଏନେଇ ମିସ୍ ୱାଲ୍ଡ ଲାଇଭ୍ ପକ୍ଷରୁ ଟ୍ୱିଟ୍ କରାଯାଇଛି ।

ମିସ୍ ୱାଲ୍ଡ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୩ ବର୍ଷୀୟ ଟୋନୀ-ଆନ୍ ଫ୍ଲୋରିଡା ଷ୍ଟେଟ୍ ୟୁନିଭର୍ସିଟିରେ ଡାକ୍ତରୀ ପାଠ ପଢୁଛନ୍ତି । ଏହାବ୍ୟତି ସେ ହେଉଛନ୍ତି ଜମାଇକାର ୪ର୍ଥ ମହିଳା, ଯେ କି ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି । ଶେଷଥର ପାଇଁ ଲିସା ହାନ୍ନା ୧୯୯୩ରେ ଏହି ମୁକୁଟ ବିଜୟିନୀ ହୋଇଥିଲେ ।

ସେହିପରି ୨୧ ବର୍ଷୀୟ ଭାରତର ସୁମନ ରାଓ ରାଜସ୍ଥାନ ଉଦୟପୁରର ବାସିନ୍ଦା । ସେ ଭାରତ ପକ୍ଷରୁ ଏହି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ । ସେ ବିଜୟ ମୁକୁଟ ନଜିତିପାରିଥିଲେ ମଧ୍ୟ ୧୧୭ ଦେଶର ସୁନ୍ଦରୀମାନଙ୍କୁ ପଛରେ ପକାଇ ୨ୟ ରନର-ଅପ୍ ସ୍ଥାନ ଅଧିକାର କରିଛନ୍ତି।

ବର୍ତ୍ତମାନ ସମୟରେ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ଆକାଉଣ୍ଟାନସିରେ କ୍ୟାରିୟର୍ ଗଢୁଛନ୍ତି । ଏହାପୂର୍ବରୁ ସେ ୨୦୧୯ ଫେମିନା ମିସ୍ ଇଣ୍ଡିଆ ଟାଇଟଲ୍ ମଧ୍ୟ ଜିଣିଥିଲେ ।
୨୦୧୭ରେ ଏହି ବିଶ୍ୱ ସୁନ୍ଦରୀ ପ୍ରତିଯୋଗୀତା ଭାରତର ମନୁଷି ଚିଲ୍ଲର ହାତେଇଥିଲେ ।

Leave A Reply

Your email address will not be published.