Latest Odisha News

ଗୋଆର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ମନୋହର ପାରିକରଙ୍କ ଜୀବନୀ ଉପରେ ନିର୍ମାଣ ହେବ ବାୟୋପିକ

ମୁମ୍ବାଇ: ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ଗୋଆର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ମନୋହର ପାରିକରଙ୍କ ଜୀବନୀକୁ ନେଇ ନିର୍ମାଣ ହେବାକୁ ଯାଉଛି ଏକ ବାୟୋପିକ ।

ଏହି ବାୟୋପିକ ‘ଗୋ ଗୋଆ’ର ପ୍ରଯୋଜନାରେ ନିର୍ମାଣ ହେବ ବୋଲି ଜଣାପଡିଛି। ଏହାର କାମ ମଧ୍ୟ ଆରମ୍ଭ ହୋଇଯାଇଛି ।

ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଚଳଚ୍ଚିତ୍ର ନିର୍ମାତା ସ୍ୱପ୍ନିଲ୍‍ ଶେତକର କହିଛନ୍ତି ଯେ, ଏହି ଚଳଚ୍ଚିତ୍ର ସ୍ବର୍ଗତ ପାରିକରଙ୍କ ଉଭୟ ବ୍ୟକ୍ତିଗତ ଓ ରାଜନୈତିକ ଜୀବନ ଉପରେ ଆଧାରିତ ହେବ।

ଆସନ୍ତା ବର୍ଷ ୧୩ ଡିସେମ୍ବର ପାରିକରଙ୍କ ଜନ୍ମଦିନ ଅବସରରେ ଏହି ଚଳଚ୍ଚିତ୍ର ପରଦାକୁ ଆସିବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଏହାକୁ ହିନ୍ଦୀ ସହିତ କୋଙ୍କଣୀ ଭାଷାରେ ମଧ୍ୟ ମୁକ୍ତିଲାଭ କରାଯିବ।

Leave A Reply

Your email address will not be published.