Latest Odisha News

୧୭ ଜଣ କରୋନା ସଂକ୍ରମିତ ଜଣାପଡିବା ପରେ ମିସ ୱାର୍ଲ୍ଡ ଆୟୋଜନ ନେଇ ସୃଷ୍ଟି ହେଲା ସନ୍ଦେହ

ନୂଆଦିଲ୍ଲୀ: ମିସ ୟୁନିଭର୍ସ ପ୍ରତିଯୋଗିତା ପରେ ଏବେ ସମସ୍ତଙ୍କ ନଜର ମିସ ୱାର୍ଲ୍ଡ ଉପରେ ଥିଲା । ଡିସେମ୍ବର ୧୦ରେ ପୁର୍ତୋ ରିକୋରେ ହେବାକୁ ଥିବା ଏହି ସୁନ୍ଦରୀ ପ୍ରତିଯୋଗିତାର ଆୟୋଜନ ନେଇ ଏବେ କିନ୍ତୁ ସନ୍ଦେହ ସୃଷ୍ଟି ହୋଇଛି । ରିପୋର୍ଟ ମୁତାବକ ଏହା ସହିତ ସଂଶ୍ଲିଷ୍ଟ ୧୭ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ।

ସଂକ୍ରମିତଙ୍କୁ ଆଇସୋଲେଟ କରାଯିବା ସହ ଅନ୍ୟମାନଙ୍କ କୋଭିଡ ଟେଷ୍ଟ କରାଯାଇଛି । ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଆମେ ପ୍ରାଥମିକତା ଦେଇଛୁ । ଏହା ସହିତ ପ୍ରତିଯୋଗିତାକୁ କିପରି ସୁଚାରୁରୂପେ ଆୟୋଜନ କରାଯାଇ ପାରିବ ସେଥିପ୍ରତି ଯତ୍ନବାନ ହେବୁ ବୋଲି ମିସ ୱାର୍ଲ୍ଡ କମିଟିର ଅଧ୍ୟକ୍ଷ ଜୁଲିୟା ମର୍ଲ କହିଛନ୍ତି ।

Comments are closed.