Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଇତିହାସ ରଚିଲେ ଗୋଲଡେନ୍ ବୟ ନୀରଜ ଚୋପ୍ରା । ୱାଲ୍ଡ ଆଥଲେଟିକ୍ସ ଚାମ୍ପିଅନସିପରେ ଜିତିଲେ ରୌପ୍ୟ ପଦକ

ଦିଲ୍ଲୀ: ଇତିହାସ ରଚିଲେ ଗୋଲଡେନ୍ ବୟ ନୀରଜ ଚୋପ୍ରା । ୱାଲ୍ଡ ଆଥଲେଟିକ୍ସ ଚାମ୍ପିଅନ୍ସିପରେ ଜିତିଲେ ରୌପ୍ୟ ପଦକ । ନୀରଜ ଚୋପ୍ରା ୮୮ ଦଶମିକ ୧୩ ମିଟର ଜାଭଲିନ୍ ଥ୍ରୋ କରି ରୌପ୍ୟ ପଦକ ଜିତିଛନ୍ତି । ବିଶ୍ୱର ଏକ ନମ୍ବର ପିଟର୍ସ ୯୦ ଦଶମିକ ୫୪ ମିଟର ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।ରୌପ୍ୟ ଜିତିବା ପରେ କୋଚଙ୍କ ସହ ସାଇକୁ ନିଜର ସଫଳତାର ଶ୍ରେୟ ଦେଇଛନ୍ତି ନୀରଜ।

ପ୍ରଥମରୁ ଚତୁର୍ଥ ନମ୍ବରରେ ଥିଲେ ନୀରଜ । ଚତୁର୍ଥ ରାଉଣ୍ଡରେ ୮୮ ଦଶମିକ ୧୩ ମିଟର ଥ୍ରୋ କରି ପଦକ ପକ୍କା କରିଥିଲେ । ୱାଲ୍ଡ ଆଥଲେଟିକ୍ସ ଚାମ୍ପିଅନ୍ସିପରେ ରୌପ୍ୟ ଜିତି ଇତିହାସ ସୃଷ୍ଟି କରିଛନ୍ତି । ୧୯ ବର୍ଷ ପରେ ୱାଲ୍ଡ ଆଥଲେଟିକ୍ସ ଚାମ୍ପିଅନ୍ସିପରେ ଭାରତକୁ ପଦକ ମିଳିଛି । ୨୦୦୩ ମସିହାରେ ଅଞ୍ଜୁ ବବି ଜର୍ଜ ଲଙ୍ଗ ଜମ୍ପରେ ବ୍ରୋଞ୍ଜ ପଦକ ଜିତିଥିଲେ ।

ସେବେଠାରୁ କୌଣସି ଭାରତୀୟ ୱାଲ୍ଡ ଆଥଲେଟିକ୍ସ ଚାମ୍ପିଅନ୍ସିପ୍ରେ ପଦକ ଜିତିନଥିଲେ । ନୀରଜଙ୍କ ଏହି ସଫଳତା ପରେ ପରିବାରରେ ଖୁସି ଦେଖିବାକୁ ମିଳିଛି । ପରିବାର ଓ ସଂପର୍କୀୟ ମିଠା ବାଣ୍ଟି ଖୁସି ମନାଇଛନ୍ତି ।

 

Leave A Reply

Your email address will not be published.